ସୁନ୍ଦରଗଡ଼: କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ନୀତିକୁ ବିରୋଧ କରି ଚାଳକଙ୍କ ଧର୍ମଘଟ ଜାରି ରହିଛି। ଆଜିଠାରୁ କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ପ୍ରକାର ଯାନବାହାନ ଚଲାଇବାକୁ ଚାଳକମାନେ ମନା କରି ଆନ୍ଦୋଳନକୁ ଓହ୍ଲାଇଥିବାରୁ ଅଖଚକ ବନ୍ଦ ହୋଇଯାଇଛି। ଏହିକ୍ରମରେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ସକାଳୁ କିଛି ବସ ଚାଲିଥିବା ବେଳେ ବର୍ତ୍ତମାନ ସବୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ସକାଳୁ ଆସିଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ରାଉରକେଲାରୁ ସୁନ୍ଦରଗଡ଼କୁ ବର୍ତ୍ତମାନ ସୁଦ୍ଧା କୌଣସି ବସ ଆସିନଥିବା କହିଛି ସୁନ୍ଦରଗଡ଼ ବସ ଆସୋସିଏସନ କର୍ମଚାରୀ ସଂଘ। ଅନ୍ୟପଟେ ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ହଇରାଣ ହେଉଥିବା କହିଛନ୍ତି ଯାତ୍ରୀ । ସେହିପରି ପରିବହନ ବ୍ୟବସ୍ଥା ମଧ୍ୟ ଠପ୍ ହୋଇଯାଇଛି।