ରାଉରକେଲା : ବି.ଟେକ ଛାତ୍ରଙ୍କ ଆତ୍ମହତ୍ୟା

ରାଉରକେଲା : କଳିଙ୍ଗ ବିହାରରେ ଜଣେ ବି.ଟେକ୍‌ ଛାତ୍ର ବେକରେ ବେଲ୍‌ଟ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଦୀପକ ନାୟକ (୨୬)। ଆତ୍ମହତ୍ୟାର କାରଣର ଅସ୍ପଷ୍ଟ ରହିଛି। ଛେଣ୍ଡ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

ମିଳିଥିବା ସୂଚନା ମୁତାବକ କଳିଙ୍ଗ ବିହାର ଏଲ୍‌-୨-୧୦୩ରେ ଦୀପକ ପରିବାର ସହ ରହନ୍ତି। ଗତକାଲି ରାତିରେ ସେ ବାପାଙ୍କ ସହ ଖାଇବା ପରେ ନିଜ ଘରକୁ ଶୋଇବାକୁ ଯାଇଥିଲେ। ଆଜି ସକାଳେ ଦ୍ବାର ନ ଖୋଲିବାର ପିତା ଦୀପକଙ୍କୁ ଡାକିଥିଲେ। ଘର ଭିତରୁ କୌଣସି ଉତ୍ତର ମିଳି ନଥିଲା। ସନ୍ଦେହ ହେବାରୁ କବାଟ ଭାଙ୍ଗି ଭିତରକୁ ପଶି ଦୀପକ ଝୁଲୁଥିବା ଦେଖିବାକୁ ପାଇଥିଲେ। ଛେଣ୍ଡ ପୁଲିସ ପହଞ୍ଚି ଦୀପକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର