ନଦୀରେ ବୁଡ଼ି ଛାତ୍ର ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ରାଉରକେଲା: ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ୧୪ ବର୍ଷୀୟ ଅଷ୍ଟମ ଶ୍ରେଣୀର ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି। ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ନିଖୋଜ ଥିବା ଛାତ୍ର ବିବେକ ସିଂହ ରାଉରକେଲାର ଛଅ ନମ୍ବର ସେକ୍ଟରରେ ରହୁଥିବା ବେଳେ ପାଞ୍ଚ ନମ୍ବର ସେକ୍ଟରର ଏକ ଘରୋଇ ସ୍କୁଲରେ ପଢୁଥିଲେ। ଆଜି ସକାଳେ ବିବେକ ୬ ଜଣ ସାଙ୍ଗଙ୍କ ସହ ହମିରପୁରସ୍ଥିତ କୋଏଲ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ଅନ୍ୟ ସାଙ୍ଗମାନେ ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ବୁଡ଼ି ଯାଇଥିବା ବିବେକକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଉଦ୍ଧାର କରିବାରେ ବିଫଳ ହେବାରୁ ଫାୟାର ବ୍ରିଗେଡ୍ ଟିମକୁ ଖବର ଦିଆଯାଇଥିଲା। ପାଣିରେ ବୁଡ଼ି ଯାଇଥିବା ବିବେକକୁ ଉଦ୍ଧାର କରିବାକୁ ସବୁ ପ୍ରକାର ଉଦ୍ୟମ ଚାଲିଛି।

 

ସମ୍ବନ୍ଧିତ ଖବର