ସୁନ୍ଦରଗଡ଼: ବିଷଜନିତ କାରଣରୁ ଅସୁସ୍ଥ କଲେଜ ଛାତ୍ରୀଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଚିକିତ୍ସା ଚାଲିଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଞ୍ଜିରକେଲା ଅଞ୍ଚଳର ଛାତ୍ରୀ ଜଣକ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଛନ୍ତି। ଘରକୁ ଯାଇଥିବାବେଳେ ସେ ବିଷକ୍ରିୟାରେ ଅସୁସ୍ଥ ହୋଇଥିଲେ।

Advertisment

ଘର ଲୋକେ ଖାଦ୍ୟ ବିଷାକ୍ତ ହୋଇଯାଇଥିବା କହୁଥିବାବେଳେ ପ୍ରକୃତରେ ସେ ବିଷ ଖାଇ ଦେଇଥିଲେ ନା ବିଷାକ୍ତ ଖାଦ୍ୟଜନିତ କାରଣରୁ ଅସୁସ୍ଥ ହେଲେ ସ୍ପଷ୍ଟ ହୋଇନାହିଁ। କିଞ୍ଜିରକେଲା ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଛାତ୍ରୀଙ୍କୁ ପଚରାଉଚରା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି।