ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଲ ୱାସେରୀରେ ଗୁଳି ଓ ବୋମାମାଡ଼ ଘଟଣାରେ ପୁଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ। ତୁରନ୍ତ କୋର୍ଟରେ ଅଭିଯୁକ୍ତଙ୍କୁ କେମିତି ମିଳିଗଲା ଜାମିନ, ସନ୍ଦେହ ଘେରକୁ ଆସିଲା ପୁଲିସ। କୋର୍ଟରେ ପ୍ରମାଣ ଦେଇପାରିନଥିବା ଅଭିଯୋଗ। ଘଟଣାରେ ୬ ଗୁରୁତରଙ୍କର ଚାଲିଛି ଚିକିତ୍ସା।

Advertisment

ଭାଇରାଲ ହେଉଛି ଗତ ଗୁରବାର ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଭାଟିଆ ଏନର୍ଜି ଆଣ୍ଡ ପାଓ୍ୱାର କମ୍ପାନୀର କୋଲ ଓ୍ୱାସେରୀରେ ସଙ୍ଗଠିତ ଗ୍ୟାଙ୍ଗୱରର ଭାଇରାଲ ଭିଡିଓ। ୭ ସେକେଣ୍ଡର ଏହି ଭିଡିଓରେ କୋଲ ୱାସେରି ପାର୍କିଂରେ ଥିବା ଏକ କଳାକାରକୁ ଭଙ୍ଗାରୁଜା କରାଯାଉଛି। ପୁଲିସ ଘଟଣାର ତଦନ୍ତ କରି ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ସମୟରେ ଅଭିଯୁକ୍ତଙ୍କ ନାଁରେ ଆର୍ମସ ଆକ୍ଟ ସହ ୧୫ଟି ଗୁରୁତର ଦଫା ଲାଗିଥିଲା। କିନ୍ତୁ ତଥ୍ୟ ପ୍ରମାଣ ମିଳିଲାନି ବୋଲି ପୁଲିସ କୋର୍ଟରେ ଦର୍ଶାଇବା ପରେ ହଠାତ ସମସ୍ତଙ୍କୁ କୋର୍ଟରୁ ଜାମିନ ମିଳିଯାଇଛି। ଏହାକୁ ନେଇ ପୁଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି।