ରାଉରକେଲା: ସୁନ୍ଦରଗଡ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ । ବଜାର ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଡେଲି ମାକେର୍ଟକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ଖୋଲିବ ବଜାର । ରବିବାର ଦିନ ସକାଳ ୭ରୁ ୧୧ ଯାଏ ଏହି ବଜାର ଖୋଲିବ । ଏହା ବ୍ୟତିତ ପ୍ରତ୍ୟେକ ଦିନ ଘରକୁ ଘର ବୁଲି ଚାଷୀ ପରିବା ବିକ୍ରି କରିପାରିବେ । ବଜାରରେ ଲୋକଙ୍କ ଅସମ୍ଭାଳ ଭିଡ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ସୁନ୍ଦରଗଡ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲକଡାଉନ କଟକଣାକୁ କଡାକଡ଼ି କରିଛି ଜିଲ୍ଲା ପ୍ରଶାସନ l ପରିବା ଓ ଆମିଷ ବଜାରରେ ହେଉଥିବା ହାଉଜାଉ ଭିଡ କମାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରୀ କରିଛନ୍ତି l
ନିର୍ଦ୍ଦେଶନାମା ଅନୁଯାୟୀ ପରିବା, ଫଳ ଓ ଅଣ୍ଡା ଦୋକାନ ସକାଳ ୬ ଟା ରୁ ୧୧ଟା, ଆମିଷ ଯେମିତି ମାଛ, ମାଂସ, ଚିକେନ କେବଳ ସପ୍ତାହକୁ ଥରେ ରବିବାର ଦିନ ୭ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ l କିନ୍ତୁ ଆଜି ସକାଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଆଜି ଫୁ କରି ସହରବାସୀ ଉଡାଇଦେଇଥିବାର ଦେଖିବାକୁ ମିଳିଥିଲା | ଏହାପରେ ନୂଆ ନିର୍ଦ୍ଦେଶ ଦିଆଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/market-2.jpg)
