ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ : ବଦଳିଗଲା ଗଣିତ, ବିଜେଡି ଶିବିରରେ କଂଗ୍ରେସ ନେତା

ମହଙ୍ଗା ପଡିପାରେ ଗୋଷ୍ଠୀକନ୍ଦଳ, ଫାଇଦା ଆଶାରେ କଂଗ୍ରେସ ଓ ବିଜେପି

ରାଉରକେଲା, (ରଶ୍ମିରଂଜନ ମୁଦୁଲି): ଲଗାତର ଦୁଇଟି ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିଥିଲା ସୁନ୍ଦରଗଡ ବିଧାନସଭା ଆସନରେ। ହେେଲ ନିର୍ବାଚନ ପୂର୍ବରୁ କେଂଗ୍ରସ ବିଧାୟକ ବିେଜଡି ମୁହାଁ ହେବା ପରେ ନିର୍ବାଚନ ଗଣିତ ଓଲଟପାଲଟ ହୋଇଯାଇଛି। ଯଦି ଯୋଗେଶଙ୍କୁ ସହୃଦୟତାର ସହିତ ବିଜେଡି କର୍ମୀ ଗ୍ରହଣ କରିନିଅନ୍ତି ଓ ବିେଜଡି ପ୍ରାର୍ଥୀ ହୋଇଆସୁଥିବା କୁସୁମ ଟେଟେ ବୁଝାମଣା ଅନୁସାରେ ଦଳର ସ୍ବାର୍ଥକୁ ଗୁରୁତ୍ବ ଦିଅନ୍ତି, ତେବେ ଏହି ଆସନର ଫଳାଫଳ ଭିନ୍ନ କିଛି ହୋଇପାରେ।

ପୂର୍ବରୁ ବିଜେପି-ବିଜେଡି ମେଣ୍ଟ ସରକାର ବେଳେ ଏହି ଆସନ ବିଜେପି ହାତରେ ଥିଲା। ସେତେବେଳେ ଏହି ବିଧାନସଭା କ୍ଷେତ୍ରରୁ ବିଜେପି କ୍ରମାଗତ ଦୁଇଥର ବିଜୟୀ ହୋଇଥିଲା। ବିଜେପି ବିଧାୟକ ଶଙ୍କର୍ଷଣ ନାଏକଙ୍କ ମୃତ୍ୟୁପରେ ନିର୍ବାଚନରେ ତାଙ୍କ ପତ୍ନୀ ବିଜୟୀ ହୋଇଥିଲେ ବି ପରେ ମେଣ୍ଟ ନହେବାରୁ ଦଳ ପରାଜିତ ହୋଇଥିଲା। ଏହି ଆସନ କଂଗ୍ରେସ ଅକ୍ତିଆର କରି ନେଇଥିଲା। କଂଗ୍ରେସ ନେତା ଯୋଗେଶ ସିଂହ ବିଗତ ଦୁଇଟି ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ।

ସବୁ କ୍ଷେତ୍ରରେ ଶାସକ ବିଜେଡିକୁ ଚକମା ଦେଇ ଆସୁଥିବା ପୂର୍ବତନ ବିଧାୟକ ଶ୍ରୀ ସିଂହ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଥିବା ବିଜୁ ଜନତା‌ ଦଳର ନେତ୍ରୀ କୁସୁମ ଟେଟେ ତାଙ୍କ ଖୋଲାଖୋଲି ବିରୋଧ କରି ଆସୁଛନ୍ତି। ଉଭୟ ନେତା ଉପର ଦେଖାଣିଆ ମିଶୁଥିଲେ ବି ଭିତରେ କୁସୁମ ଟେଟେଙ୍କ ସମର୍ଥକ ଯୋଗେଶଙ୍କୁ ସହଜରେ ଗ୍ରହଣ କରି ପାରୁନଥିବା କୁହାଯାଉଛି।

ଅନ୍ୟପକ୍ଷରେ ଯୋଗେଶ କଂଗ୍ରେସ ଛାଡ଼ିବା ପରେ ଦଳୀୟ ସଂଗଠନକୁ ପୂର୍ବଭଳି ସୁଦୃଢ ରଖିବା ଏବଂ ଏହି ଆସନକୁ ପୁଣି ଥରେ ହାତେଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବରୁ ଏହି ଆସନରେ ୩ଥର କଂଗ୍ରେସରୁ ବିଧାୟକ ଥିବା କିଶୋର ପଟେଲ ସମେତ‌ ଜିଲ୍ଲାର ବରିଷ୍ଠ ନେତାମାନେ ଉଦ୍ୟମ ଚଳାଇଛନ୍ତି। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ କଂଗ୍ରେସ ଟିକେଟ୍‌ ଦୌଡ଼ରେ ଶ୍ରୀ ବିଶ୍ବାଳଙ୍କ ଝିଅ ତଥା ସୁନ୍ଦରଗଡ େବାହୂ ବିଶ୍ବାଳଙ୍କ ନାମ ଚର୍ଚ୍ଚାରେ। ଟିକେଟ୍‌ ଦୌଡ଼ରେ ଟାଙ୍ଗରପାଲି ବ୍ଳକ୍‌ ଅଧ୍ୟକ୍ଷ ଜଟିଆମୁଣ୍ଡାଙ୍କ ନାମ ଶୁଣାଯାଉଛି। ଏହି ଆସନକୁ ଦୁଇ ଥର ହାତେଇଥିବା ବିଜେପି ଏବେ ବିଜେଡି ଗୋଷ୍ଠୀକନ୍ଦଳ ଓ କଂଗ୍ରେସର ବିଫଳତାରୁ ଫାଇଦା ଉଠାଇବାକୁ ଉଦ୍ୟମ ଚଳାଇଛି। ଟିକେଟ୍‌ ଦୌଡ଼ରେ ବିଜେପିରୁ ସୁନିଲ ସିଂଦେଓ, ଜିଲ୍ଲା ପରିଷଦ ସଭ୍ୟ ସୁଖଲାଲ୍‌ ମୁଣ୍ଡା, ପ୍ରେମ ସାଗର ଓରାମ ଓ ଗତ ନିର୍ବାଚନରେ ନିର୍ବାଚନ ଲଢିଥିବା ସହଦେବ ଖାଖା ମଧ୍ୟ ରହିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ଦଳ           ପ୍ରମୁଖ ପ୍ରାର୍ଥୀ         ଭୋଟ
କଂଗ୍ରେସ    ଯୋଗେଶ ସିଂହ      ୬୬,୧୩୮
ବିଜେଡି     କୁସୁମ ‌ଟେଟେ        ୫୩,୫୫୪
ବିଜେପି     ସହଦେବ ଖାଖା      ୨୭,୯୩୫
ସିପିଆଇ    ଦୁର୍ଯ୍ୟୋଧନ ଭୋଇ   ୩,୨୩୮
ନୋଟା       …..                   ୨,୩୫୮

ସମ୍ବନ୍ଧିତ ଖବର