ବଣାଇଗଡ଼: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବଣାଇ ବନଖଣ୍ଡ ଅଞ୍ଚଳର ବଣାଇ ରେଞ୍ଜ୍ ଅନ୍ତର୍ଗତ ବରଘାଟ ଗ୍ରାମରେ ହାତୀମାନେ ଗୋଟିଏ ଘର କାନ୍ଥ ଭାଙ୍ଗିଦେବାରୁ ଜଣେ ୭ ବର୍ଷିୟ ବାଳକର ମୃତ୍ୟୁ ଘଟିଛି।
ମୃତ ବାଳକ ହେଉଛନ୍ତି ରାକେଶ ପାତ୍ର।
ଗତ ରାତ୍ରୀରେ ପ୍ରାୟ ୧୦/୧୨ଟି ହାତୀ ବରଘାଟ ଗ୍ରାମରେ ପ୍ରବେଶ କରି ସୁରେନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ଭାଙ୍ଗି ପକାଇଥିଲେ। ସେତେବେଳେ ସୁରେନ୍ଦ୍ରଙ୍କ ପରିବାର ସେ ଘରେ ଶୋଇଥିବାରୁ ଭଙ୍ଗାକାନ୍ଥ ସେମାନଙ୍କ ଉପରେ ପଡ଼ିଥିଲା। ଭଙ୍ଗାକାନ୍ଥ ମାଡ଼ରେ ରାକେଶ ସାଙ୍ଘାତିକ ଆହତ ହୋଇଥିଲା।
ଖବର ପାଇ ବନ ବିଭାଗ ଅଧିକାରୀ ଜେ ପି ସିଂ, ରେଞ୍ଜର୍ ବିଶ୍ୱନାଥ ଦାସ, ମନୋଜ କୁମାର ପାତ୍ର, ଫରେଷ୍ଟର୍ କୃଷ୍ଣ ଚନ୍ଦ୍ର ସାହୁ, ଫରେଷ୍ଟଗାର୍ଡ ତରୁଲତା କିଷାନ, ବିଶ୍ୱଜିତ ବେହେରା ପ୍ରମୁଖ ଘଟନାସ୍ଥଳରେ ପହଞ୍ଚି ଆହତ ବାଳକ ରାକେଶକୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।
ସେଠାରେ ଡାକ୍ତର ରାକେଶ ମୃତ ବୋଲି ଘୋଷଣା କରିଥିଲେ।
ଟିକାୟତପାଲି ପୁଲିସ ଘଟନାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/ele-attack.jpg)