ସୁନ୍ଦରଗଡ଼: ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଦୁଷ୍ମନ୍ତ କୁମାର ନାଏକଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି। ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ। ଏପରିକି ତାଙ୍କର ଅସ୍ତ୍ରୋପଚାର ବି ହୋଇଥିଲା। ଏହା ପରେ ସାମାନ୍ୟ ସୁସ୍ଥ ହେବା ପରେ ସେ ଡାକ୍ତରଖାନାରୁ ଘରକୁ ଆସିଥିଲେ। ଆଜି ସକାଳୁ ହଠାତ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ରାଉରକେଲା ନେଉଥିବାବେଳେ ବାଟରେ ଚାଙ୍କ ମୃତ୍ୟୁ ହୋଇଯାଇଥିଲ। ସେ ପୌର କାଉନସିଲର୍, ବରିଷ୍ଠ ଆଇନଜୀବୀ ଭାବେ ବେଶ ଜଣାଶୁଣା ଥିଲେ। ଏହା ଛଡା ନିଜ ଗାଁ ସବଡେଗାରେ ଏକ ଆଞ୍ଚଳିକ ସହଯୋଗ ଡିଗ୍ରି ମହାବିଦ୍ୟାଳୟ ପ୍ରତିଷ୍ଠା କରି ଅଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଆହରଣର ସୁଯୋଗ ଦେଇଥିଲେ। ତାଙ୍କ ଅକାଳ ବିୟୋଗ ଖବର ଶୁଣି ଜିଲ୍ଲା ଓକିଲ ସଂଘ ଓ ଜିଲ୍ଲା କଂଗ୍ରେସ ଶିବିରରେ ଶୋକର ଛାୟା ଛାଇ ଖେଳିଯାଇଛି l
ତାଙ୍କ ବିୟୋଗ ଜିଲ୍ଲା ଓକିଲ ସଂଘ ଓ କଂଗ୍ରେସ ପାଇଁ ବହୁତ ବଡ଼ କ୍ଷତି ଅଟେ। ତାଙ୍କ ଖାଲିସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି ଆଇନଜୀବୀ ଓ କଂଗ୍ରେସ ନେତାମାନେ ପ୍ରକାଶ କରିବା ସହ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତିଙ୍କ ବିୟୋଗ
/sambad/media/post_attachments/wp-content/uploads/2022/06/d4ba510d-cfda-4223-a3ff-384a54433d10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)