ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ପଡ଼ିଥିବା ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ ନିଗମ (ଟିଡିସିସି)ର ଜିଲ୍ଲା ପ୍ରବନ୍ଧକ ଜୟପ୍ରକାଶ ମହାନ୍ତି ୧୧ ତାରିଖ ଯାଏ ଜେଲରେ ରହିବେ। ବୁଧବାର ସକାଳୁ ସୁନ୍ଦରଗଡ଼ ସହରରୁ ନିଜ ଅଫିସ ବଲେରୋରେ ବିପୁଳ ପରିମାଣର ଟଙ୍କା ନେଇ ଭୁବନେଶ୍ବର ଘରକୁ ଯାଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ ନଗଦ ୧୮ ଲକ୍ଷ ୮୦ ହଜାର ୫ ଶହ ଟଙ୍କା ଜବତ ହୋଇଥିବା ବେଳେ ସେଦିନ ସନ୍ଧ୍ୟାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।
ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଜାମିନ ନାମଞ୍ଜୁର କରି ତାଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲେ। ଏହା ମଧ୍ୟରେ ଭିଜିଲାନ୍ସର ଭୁବନେଶ୍ବର ଟିମ୍ ଶ୍ରୀ ମହାନ୍ତିଙ୍କ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଫକୀରପଡ଼ା ଘର ଓ ଧଉଳି ଥାନା ଅନ୍ତର୍ଗତ ଇଂରାଜି ମାଧ୍ୟମ ବିଦ୍ୟାଳୟ ପଛ ରୁଦ୍ରବିହାର ଘରେ ଯାଞ୍ଚ ଆରମ୍ଭ କରିଥିବା ବେଳେ ରୁଦ୍ରବିହାରରେ ଏକ ନବ ନିର୍ମିତ ତିନି ମହଲା କୋଠା ଠାବ କରିଛି।
/sambad/media/post_attachments/wp-content/uploads/2021/06/t-24.jpg)
୨୦୧୮ ଡିସେମ୍ବର ୪ ତାରିଖରୁ ସୁନ୍ଦରଗଡ଼ ଟିଡିସିସି ଜିଲ୍ଲା ପ୍ରବନ୍ଧକ ଭାବେ ଯୋଗ ଦେଇଥିବା ଶ୍ରୀ ମହାନ୍ତିଙ୍କ ନାମରେ ଟିଡିସିସି ପେଟ୍ରୋଲ ପମ୍ପ କମିଶନ ଅର୍ଥ ହେରଫେର୍ ଓ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ଜିଲ୍ଲାର ସରଳ ଆଦିବାସୀ, ବନବାସୀଙ୍କୁ ଶୋଷଣ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ରହିଥିଲା। ଆଗରୁ ମଧ୍ୟ ନିୟମିତ ଭାବେ ଟଙ୍କା ନେଇ ଘରକୁ ଯାଉଥିବା ଚର୍ଚ୍ଚାକ୍ରମେ ସେ ଭିଜିଲାନ୍ସ ନଜରରେ ଥିଲେ। ସେ ଟଙ୍କା ନେଇ ବୁଧବାର ସକାଳୁ ୫ଟାରେ ଝାରସୁଗୁଡ଼ାରୁ ଇଣ୍ଟରସିଟି ଟ୍ରେନ ଯୋଗେ ଭୁବନେଶ୍ବର ଯିବାକୁ ସୁନ୍ଦରଗଡ଼ରୁ ଅଫିସ ଗାଡ଼ି(ଓଡି-୧୬ଏ ୫୬୭୬) ରେ ବାହାରିଥିଲେ।
ପୂର୍ବ ସୂଚନାକ୍ରମେ ଭିଜିଲାନ୍ସ ଟିମ୍ ମସ୍ନିକାନୀ ଟୋଲ ପ୍ଲାଜାରେ ତାଙ୍କୁ ଅଟକାଇ ଯାଞ୍ଚ କରି ବ୍ୟାଗଭର୍ତ୍ତି ଟଙ୍କା ପାଇଥିଲେ। ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବା ଓ ତଦନ୍ତରେ ଏହା ବେନିୟମ ଉପାର୍ଜନ ଜଣାପଡ଼ିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/t6.jpg)