ରାଉରକେଲା: ଟିକାକରଣ କେନ୍ଦ୍ରରେ ଉତ୍ତେଜନା

ରାଉରକେଲା : ଟିକା ନ ଥିବାରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଆଜି ଟିକାକରଣ ବନ୍ଦ ରହିଛି। ମାତ୍ର ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। କିଛି ସୂଚନା ନ ଥିବାରୁ ରାତି ଚାରିଟାରୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ) ସମେତ ଅନ୍ୟ ସାତଟି କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ କେନ୍ଦ୍ର ନ ଖୋଲିବାରୁ ଲୋକମାନେ ହୋହଲ୍ଲା କରିଥିଲେ। ଆରଜିଏଚରେ ଉତ୍ତେଜନା ପ୍ରକାଶ ପାଇଥିଲା l ଲୋକମାନେ ଟିକା ନେବାକୁ ଅଡ଼ି ବସିଥିଲେ l ଟିକା ନ ନେବା ପର୍ଯ୍ୟନ୍ତ କେନ୍ଦ୍ରରୁ ହଟିବୁ ନାହିଁ l

ରଘୁନାଥପାଲି ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲାl ଅନୁରୂପ ଭାବେ ଅନ୍ୟ କେନ୍ଦ୍ର ସେହି ସମାନ ସ୍ଥିତି ଉପୁଜିଥିଲା l ସେପଟେ ଆସନ୍ତାକାଲି ଠାରୁ ସହରରେ ଆଠଟି କେନ୍ଦ୍ରରେ ୧୮ରୁ ୪୪ ବର୍ଷ ଓ ୪୫ରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯିବ l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l କେବଳ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିଥିବା ଲୋକ ହିଁ ଟିକା ନେଇ ପାରିବେ l

ସମ୍ବନ୍ଧିତ ଖବର