ସୁନ୍ଦରଗଡ଼: ଆଜି ସକାଳେ ସଦରଥାନା ପୋଡାଜଳଙ୍ଗା ସେତୁରୁ ବାଇକରୁ ଖସି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଲେ ସୁନ୍ଦରଗଡ଼ ସହରସ୍ଥ ମହେଶଡିହିର ରିଙ୍କୁ ଚୌଧୁରୀ (୨୯)। ଆଜି ସକାଳୁ ସେ ବାଇକରେ ପୋଡାଜଳଙ୍ଗା ଆଡକୁ ଯାଉଥିବାବେଳେ ସେତୁରେ ଭାରସାମ୍ୟ ହରାଇ ସେତୁ ତଳକୁ ଖସି ପଡ଼ିଥିଲେ।
ସେତୁ ତଳ କଂକ୍ରିଟ ଚଟାଣ ଉପରେ କଚାଡ଼ି ହୋଇ ତାଙ୍କ ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।