ଇସ୍ପାତ ଷ୍ଟାଡିୟମରେ ବଡ଼ ଧରଣର ଚୋରି

ରାଉରକେଲା: ଆରଏସପି ଇସ୍ପାତ ଷ୍ଟାଡିୟମରେ ଥିବା ୱେଟ ଲିଫ୍ଟିଂ ହଲରେ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଛନ୍ତି। ଲାକଡାଉନ ପାଇଁ ଦୀର୍ଘଦିନ ହେଲା ଏହା ବନ୍ଦ ରହିଥିଲା। ଗତକାଲି ଖୋଳାଯିବାପରେ ଚୋରି ବିଷୟରେ ଜଣାପଡ଼ିଥିଲା।

ଏହାର ସୁରକ୍ଷା ଦାୟିତ୍ୱରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଥିଲେ। ମାତ୍ର ସେ ଏ ବିଷୟରେ ସାମାନ୍ୟତମ ସୂଚନା ମଧ୍ୟ ପାଇପାରିନଥିଲେ। ପ୍ରକୃତରେ ପୂର୍ବ ରାତିରେ ଚୋରି ହୋଇଛି ନା, ଢେର ପୂର୍ବରୁ ଚୋରି ହୋଇଥିଲା ସେ ନେଇ ବିସ୍ତୃତ ତଦନ୍ତ ପରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର