ବ୍ୟବସାୟୀଙ୍କୁ ଛୁରୀ ଦେଖାଇ ଲୁଟ୍‌ ଘଟଣା, ୨ ଗିରଫ

ସୁନ୍ଦରଗଡ଼: ଦର୍ଲିପାଲି ଅଂଚଳର ଜନୈକ ବ୍ୟବସାୟୀଙ୍କୁ ଛୁରୀ ଦେଖାଇ ଲୁଟ୍‌ କରିବା ଘଟଣାରେ ଟାଉନ ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ଅଭିଯୁକ୍ତ ମହାନ୍ତିଆ ପଡ଼ାର ଦେବାଶିଷ ତନ୍ତୀ ଓ ସାହିଲ ସୁନାନୀ। ଗତକାଲି ଦର୍ଲିପାଲିର ବ୍ୟବସାୟୀ ତେଜ୍‌ ବାହାଦୂର ଜିନିଷ କିଣିବାକୁ ନିଜ ପିକ୍‌ଅପ୍‌ ଗାଡ଼ିରେ ଆସୁଥିବାବେଳେ ସରକାରୀ ମହାବିଦ୍ୟାଳୟ ବାଇପାସ୍‌ ଛକରେ ସଂପୃକ୍ତ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଅଟକାଇ ଛୁରୀ ଦେଖାଇ ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର