ରାଉରକେଲା : କୋଏଲ ନଦୀରେ ବୁଡ଼ି ଗତକାଲି ମୃତ୍ୟୁବରଣ କରିଥିବା ତିନି ନାବାଳକଙ୍କ ପରିଚୟ ମିଳିଛି l ସେମାନେ ହେଲେ ଗୁରୁଦ୍ୱାରରୋଡ଼ର ସୋନି ସୋନାକାର (୧୪), ସୁମିତ ସୋନାକାର (୧୨), ଗାନ୍ଧୀରୋଡ଼ର ଜ୍ଞାନେଶ୍ୱର ଚୌଧୁରୀ(୧୨)l ଘରେ ବୁଲିବାକୁ କହି ପ୍ରାୟ୮ କିମି ଦୂର କୋଏଲ ନଦୀ ଘାଟକୁ ଚାଲି ଚାଲି ଯାଇଥିଲେl ଗାଧୋଉଥିବା ବେଳେ ପହଁରା ଶିଖି ନ ଥିବାରୁ ଜଣକ ପରେ ଜଣେ ବୁଡ଼ି ଯାଇଥିଲେl ପରିବାର ଲୋକ ଆରଜିଏଚରେ ପହଞ୍ଚି ଶବ ଚିହ୍ନଟ କରିଥିଲେl ଆଜି ଝିରପାଣି ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛିl
/sambad/media/post_attachments/wp-content/uploads/2021/02/0cb79874-05aa-46e3-a73d-0f72b64413b1.jpg)
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ସେକ୍ଟର-୨୦ ବୈକୁଣ୍ଠଘାଟ ଭାଟାବସ୍ତି ନିକଟସ୍ଥ କୋଏଲ ନଦୀରେ ତିନି ନାବାଳକଙ୍କ ମୃତ ଶରୀର ଭାସୁଥିବା, କୂଳରେ ଚପଲ ଓ ପୋଷାକ ପଡ଼ିଥିବା ଦେଖି ସ୍ଥାନୀୟ ବସ୍ତିବାସିନ୍ଦା ଏ ସଂକ୍ରାନ୍ତରେ ଝିରପାଣି ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ନାବାଳକଙ୍କ ଶବକୁ ନଦୀରୁ ଉଦ୍ଧାର କରିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଗାଧୋଉଥିବାବେଳେ ତିନି ଜଣ ବୁଡ଼ିଯାଇଥିବା ପୁଲିସ ଅନୁମାନ କରିଥିଲା l ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)କୁ ପଠାଇଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/c542257d-af23-4399-b1c5-0c98ecd1c8f7.jpg)