ବଣାଇଁଗଡ଼/ଲହୁଣୀପଡ଼ା/ଲାଠିକଟା, : ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ରାଜାମୁଣ୍ଡା ଅଞ୍ଚଳର ଚକ୍ରଧର କର(୩୦) ଏବଂ ତାଙ୍କର ଜଣେ ସମ୍ପର୍କୀୟ ଦେବଗଡ଼ ଅଞ୍ଚଳର ପପୁ ଦାଶ ଓଡ଼ି ୧୪ ଏଫ୍ ୦୯୦୩ ଯୋଗେ ରାଉରକେଲା ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଇଟା ବୋଝେଇ ଟିପର ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀ ଚକ୍ରଧରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ବାଇକ ଆରୋହୀ ପପୁ ଦାଶ ଗୁରୁତର ହୋଇ ଥିଲେ। ୧୪୩ ନଂ ଜାତୀୟ ରାଜପଥର ବରଘାଟ ନିକଟରେ ଘଟିଥିବା ଏହି ଦୁର୍ଘଟଣା ଦେଖି ଅଞ୍ଚଳବାସୀ ଆହତଙ୍କୁ ଉଦ୍ଧାର କରି ରାଉରକେଲା ପଠାଇବା ସହ ଚାନ୍ଦିପୋଷ ଥାନାକୁ ସୂଚନା ଦେଇଥିଲେ। ଦୁର୍ଘଟଣା ଘଟାଇ ଟିପର ଚାଳକ ଫେରାର ହୋଇଯାଇଥିବାବେଳେ ଏ ସଂପର୍କରେ ଚାନ୍ଦିପୋଷ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଟିପର-ବାଇକ୍ ଧକ୍କା: ଜଣେ ମୃତ
/sambad/media/post_attachments/wp-content/uploads/2018/01/rkl-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)