ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ନିକଟରେ ଏକ ଟ୍ରକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେଥିରେ ଥିବା ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ବୁଧବାର ଅପରାହ୍ନରେ ଏକ ନୂଆ ଟ୍ରାକ୍ଟରରେ ଇଟା ବୋଝେଇ ହୋଇ ରାଜଗାଙ୍ଗପୁରରୁ ଇଟା ନେଇ ମାଲିଡ଼ିହିକୁ ଯାଉଥିବା ସମୟରେ ଏକ କଲଭଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରଲିରେ ବସିଥିବା ୨ଜଣ ଶ୍ରମିକଙ୍କ ଉପରେ ଟ୍ରାକ୍ଟର ପଡ଼ିଯିବାରୁ ୨ ଶ୍ରମିକ ଗୁରୁତର ହୋଇଥିଲେ। ଖବର ପାଇଁ ୱାର୍ଡ଼ମେମ୍ବର ବିଜୟ ମିଞ୍ଜ, ଏସ. ଟେଟେ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଡ଼ାକ୍ତରଖାନାକୁ ପଠାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଛି।
ଟ୍ରାକ୍ଟର ଓଲଟି ୨ ଗୁରୁତର
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)