ରାଉରକେଲା: ଆଜି ସଂଧ୍ୟାରେ ବ୍ରାହ୍ମଣୀ ନୂଆ ପୋଲ ଉପରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଯାତ୍ରୀ। ଦୁହିଁଙ୍କୁ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭତ୍ତି କରାଯାଇଛି। ଉଭୟ ରଘୁନାଥପାଲୀ ଓ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସଂଧ୍ୟାରେ ଏକ କାର୍ରେ ଡ୍ରାଇଭର ସମେତ ତିନି ଜଣ ବେଦବ୍ୟାସ ଆଡକୁ ଯାଉଥିଲେ। ବ୍ରାହ୍ମଣୀ ନୂଆ ପୋଲ ଉପରେ ଅପରପାର୍ଶ୍ବରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବ୍ରାହ୍ମଣୀ ନୂଆ ପୋଲ ଉପରେ ଟ୍ରାଫିକ୍ ଜାମ ହେବାରୁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଉଭୟ ବ୍ରାହ୍ମଣୀତରଙ୍ଗ ଓ ରଘୁନାଥପାଲୀ ପୁଲିସ ପହଞ୍ଚି ଜାମ୍ ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।
ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା, ୨ ଆହତ
ଆଜି ସଂଧ୍ୟାରେ ବ୍ରାହ୍ମଣୀ ନୂଆ ପୋଲ ଉପରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଯାତ୍ରୀ। ଦୁହିଁଙ୍କୁ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭତ୍ତି କରାଯାଇଛି।
/sambad/media/media_files/2025/01/17/RcynDEeDKb3DM3aYQfbM.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)