ବଣାଇଁଗଡ଼: ବଣାଇଁ ଉପଖଣ୍ଡର ୨୧୫ ନମ୍ବର ଜାତୀୟ ରାଜପଥ ଚୁନାଘାଟିରେ ଗତକାଲି ବିଳମ୍ବିତ ରାତିରେ ଯାତାୟତ କରୁଥିବା ଟ୍ରକ ଚାଳକଙ୍କୁ ଦୁର୍ବୃତ୍ତମାନେ ଅଟକାଇ ଲୁଟ୍ତରାଜ କରିଛନ୍ତି। ପରେ ଟ୍ରକ ଚାଳକମାନେ ସଂଘବଦ୍ଧ ହୋଇ ଲୁଟେରାମାନଙ୍କୁ ଆକ୍ରମଣ କରିବାରୁ ସେମାନେ ଜଙ୍ଗଲ ଭିତରକୁ ଦୌଡି ପଳାଇଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ଓଡ଼ି ୦୯ଏଫ ୧୬୭୭ ଟ୍ରକ ସମେତ ଅନେକ ଟ୍ରକ ରାତିରେ ଚୁନାଘାଟି ଦେଇ ମାଲ ପରିବହନ କରୁଥିଲେ। ଏହି ସମୟରେ ହଠାତ ଏକ ଲୁଟେରା ଦଳ ଭୁଜାଲି ଏବଂ ମାରଣାସ୍ତ୍ର ଧରି ସେଠାରେ ଅତାଙ୍କରାଜ ଆରମ୍ଭ କରିଦେଇଥିଲେ। ସେମାନେ ପ୍ରଥମେ ଟ୍ରକରେ ଲାଗିଥିବା ଟାୟାର ଗୁଡିକୁ ଭୁଜାଲିରେ କାଟି ଦେବା ସହ ଟଙ୍କା ମୋବାଇଲ୍ ଛଡ଼ାଇ ନେଇ ଘଟଣାସ୍ଥଳରୁ ମାରଣାସ୍ତ୍ର ଦେଖାଇ ତଡ଼ି ଦେଇଥିଲେ। ପରେ ଅନ୍ୟ ଟ୍ରକର ଚାଳକମାନେ ଏକତ୍ରିତ ହୋଇ ଲୁହା ରଡ଼ରେ ଲୁଟେରାମାନଙ୍କୁ ପ୍ରତିଆକ୍ରମଣ କରିବାରୁ ସେମାନେ ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲେ। ପରେ ଏ ସଂପର୍କରେ ଟ୍ରକ୍ ଚାଳକମାନେ କେ. ବଲାଙ୍ଗ ଥାନାରେ ଜଣାଇବା ପରେ ପୁଲିସ ଘଟଣାର ଛାନ୍ଭିନ୍ ଚଳାଇଛି। କିଛି ଦିନର ନିରବତା ପରେ ଚୁନାଘାଟିରେ ଲୁଟେରାଙ୍କ ଆତଙ୍କରାଜ ଆରମ୍ଭ ହୋଇଥିବାରୁ ଏହି ଘାଟି ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହେଉଛି।
ଚୁନାଘାଟିରେ ଟ୍ରକ ଚାଳକଙ୍କୁ ସଶସ୍ତ୍ର ଲୁଟ୍
/sambad/media/post_attachments/wp-content/uploads/2018/02/rkl-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)