ରାଉରକେଲା : ରାଉରକେଲାରୁ ସୁନ୍ଦରଗଡ଼ ଯାଉଥିବା ଘରୋଇ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେବାରୁ ୫ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି।  ଉଦିତନଗର ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଆଜି ସକାଳ ପ୍ରାୟ ୮ଟାରେ ଖୁସବୁ ବସ ୧୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସୁନ୍ଦରଗଡ଼ ବାହାରିଥିଲା। ଉଦିତନଗର ମ୍ୟୁନିସପାଲ କଲେଜ ଛକ ନିକଟରେ ଟ୍ରକ ବସକୁ ଧକ୍କା ଦେଇଥିଲା।  ଟ୍ରକ ଡ୍ରାଇଭରକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।