ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ନିକଟସ୍ଥ ରାସ୍ତାକଡ଼ରେ ଥିବା ଅନିରୁଦ୍ଧ ମାଝୀଙ୍କ ଘରକୁ ମଧ୍ୟ ରାତିରେ ଏକ ଟ୍ରକ୍ ଧକ୍କା ଦେଇଥିଲା। ଘରେ ଶୋଇଥିବା ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ। ଗାଡ଼ି ଚାଳକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲା।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଟ୍ରକ୍ (ଏଚଆର ୪୭ ଏଫ୍ ୫୦୯୧) ସହ ଅନ୍ୟ ଏକ ଯାନ୍ତ୍ରିକ ତ୍ରୁଟିଥିବା ଟ୍ରକ (ଏଚଆର ୪୭ଇ ୨୦୭୪) ରାୟପୁରରୁ ଉତ୍ତରପ୍ରଦେଶକୁ ନେଉଥିଲା। ହଠାତ ଟୋଚନ ତାର ଛିଣ୍ଡି ଯିବାରୁ ଭାରସମ୍ୟ ହରାଇ ଅନିରୁଦ୍ଧ ମାଝୀଙ୍କ ଘରକୁ ଧକ୍କା ଦେଇଥିଲା। ଖବର ପାଇ ତଲସରା ଥାନା ଅଧିକାରୀ ଦ୍ବୟ ଗାଡ଼ିକୁ ଅଟକ ରଖି ତଦନ୍ତ ଚଳାଉଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/10/06/balishankara-2025-10-06-19-33-17.jpg)