ରାଉରକେଲା: ଷ୍ଟିଲସିଟିରେ ସେକ୍ସ ରାକେଟ ଠାବ। ସହରର ମୁଖ୍ୟ ବଜାରରେ ଥିବା ଏକ ହୋଟେଲ ଉପରେ ଅତର୍କିତ ଚଢ଼ାଉ କରି ୫ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଗ୍ରାହକ, ହୋଟେଲ ମାଲିକ ଓ ୨ କର୍ମଚାରୀଙ୍କୁ ଗିରଫ କରିଛି ଉଦିତନଗର ଥାନା ପୁଲିସ।

Advertisment

ହୋଟେଲରେ ଅନୈତିକ କାର୍ଯ୍ୟ ଚାଲୁଥିବା ସୂଚନା ପାଇ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ପୁଲିସ ହୋଟେଲ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ କାଳରେ ହୋଟେଲର ଦୁଇଟି କୋଠରୀରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସମ୍ପୃକ୍ତ ୫ ଯୁବତୀଙ୍କୁ ଉଦ୍ଧାର କରି ୨ ଗ୍ରାହକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ନଗଦ ଟଙ୍କା, ମୋବାଇଲ ଫୋନ ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା। ଅଟକ ଥିବା ହୋଟେଲ ମାଲିକ ଓ କର୍ମଚାରୀ ଦ୍ୱୟଙ୍କୁ ପଚରାଉଚୁରା ପରେ ପୁଲିସ ଗିରଫ କରିଛି। ଏନେଇ ସବିଶେଷ ସୂଚନା ଦେଇଛନ୍ତି ରାଉରକେଲା ପୁଲିସର ବରିଷ୍ଠ ଅଧିକାରୀ।