ସ୍କ୍ରାପ୍‌ ଚୋରାଚାଲାଣ: ୨ ଗିରଫ

ରାଉରକେଲା : ରାଉରକେଲା ରହମତନଗରରୁ କୁଆରମୁଣ୍ଡାକୁ ଚୋରାଚାଲାଣ ହେଉଥିବା ଏକ ସ୍କ୍ରାପ୍‌ ବୋଝେଇ ଡମ୍ପରକୁ ବ୍ରାହ୍ମଣୀତରଙ୍ଗ ପୁଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଦବ୍ୟାସ ସିଂଟୋଲାର ଦୀନାନାଥ ପଣ୍ଡିତ ଓ ମନ୍ଦିର ରୋଡ୍‌ରେ ରହୁଥିବା ବିଶାଳ ଅଗ୍ରୱାଲ। ଚୋରାଚାଲାଣରେ ସାମିଲ ଅନ୍ୟତମ ଅଭିଯୁକ୍ତ ବିଶାଳ ଅଗ୍ରୱାଲ ନାଁରେ ପୁଲିସ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗତକାଲି ସଂଧ୍ୟାରେ ରହମତନଗରରୁ ଏକ ସ୍କ୍ରାପ୍‌ ବୋଝେଇ ଡମ୍ପର୍‌ (ଓଆର୍‌-କ୍ୟୁ-୧୫୬୯) କୁଆରମୁଣ୍ଡା ନିକଟରେ ଥିବା ଏକ କାରଖାନାକୁ ଚୋରାଚାଲାଣ ହେଉଥିଲା। ରାତି ପ୍ରାୟ ୮ଟାରେ ଡମ୍ପରକୁ ବ୍ରାହ୍ମଣୀତରଙ୍ଗ ପୁଲିସ ବେଦବ୍ୟାସ ଆର୍‌ଏମ୍‌ସି ଅଫିସ ନିକଟରେ ଅଟକାଇଥିଲା। ପରେ ଛାନଭିନ୍‌ ହେବାରୁ ସ୍ପ୍ରାପ୍‌ ଚୋରାଚାଲାଣ ବିଷୟରେ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର