ଦୁଇ ବାଇକ ମହାଁମୁହିଁ, ୧ ମୃତ

ଟାଙ୍ଗରପାଲି: ସଦର ବ୍ଲକ ଅନ୍ତର୍ଗତ ସେମିନା ଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ, ସେମିନା ଠାରେ ଓଡ଼ି ୧୬ବି ୫୯୯୮ ଓ ଓଡ଼ି ୨୩ସି ୩୫୨୦ ଦୁଇ ବାଇକ୍‌ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସି ପରସ୍ପରକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ବାଇକ ଚାଳକ ରାହାସ କିସାନ(୪୫)ଙ୍କର ମୃତ୍ୟୁ ହେବା ସହ ଶର୍ମା କିସାନ ଓ ବଣ୍ଟି ନାଏକଙ୍କ ହାତ ଭାଙ୍ଗିଯାଇ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର