ଟ୍ରେନ୍‌ରୁ ଖସି ୨ମୃତ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ରେଳବାଇ ଥାନା ଅନ୍ତର୍ଗତ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଟ୍ରେନ୍‌ରୁ ଖସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ଟ୍ରେନ ଡ୍ରାଇଭର ହୋଇଥିବାବେଳେ ଅନ୍ୟ ଜଣେ ଯାତ୍ରୀ ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଆନନ୍ଦ ମିଞ୍ଜ(୫୫) ଇସ୍ପାତ ଟ୍ରେନ୍‌ ଯୋଗେ ହୀରାକୁଦରୁ ରାଜଗାଙ୍ଗପୁର ଆସୁଥିଲେ। ରାଜଗାଙ୍ଗପୁର ଷ୍ଟେସନରେ ଟ୍ରେନ୍‌ ରହିବା ପରେ ସେ ତରବରିଆ ଭାବେ ଓହ୍ଲାଇବା ସମୟରେ ଖସିପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଘଟଣାଟି ସାଗରା-ସୋନାଖାନ ମଧ୍ୟରେ ଘଟିଛି। କୌଣସି କାରଣରୁ ଏକ ମାଲବାହୀ ଟ୍ରେନରୁ ଚାଳକ ଦୀପକ କୁମାର ଖସିପଡ଼ି ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ। ମୃତ ଟ୍ରେନ୍‌ ଚାଳକଙ୍କ ଘର ବ୍ରଜରାଜନଗର ଅଂଚଳରେ ବୋଲି ଜଣାପଡ଼ିଛି। ଉଭୟଙ୍କ ମୃତଦେହକୁ ରେଳବାଇ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର