ଦୁର୍ଘଟଣାରେ ୨ ଆହତ, ଜଣେ ଗୁରୁତର

ସଇନ୍ତଲା: ଜାତୀୟ ରାଜପଥ ନଂ ୨୬ ସଇନ୍ତଲା ନିକଟସ୍ଥ କରେଲଧୁଆ ଓଭରବ୍ରିଜଠାରେ ଏକ ବାଇକ ଦୁର୍ଘଟଣାରେ ସଇନ୍ତଲା ଥାନା ଘୁନସର ଗାଁର ମଣ୍ଟୁ ମହାପାତ୍ର (୩୫) ଓ ଟିଟୁ କୁମ୍ଭାର (୨୮) ଆହତ ହୋଇଛନ୍ତି। ଉଭୟେ ଏକ ବାଇକ୍‌ (ଓଡି ୦୩ ଡି ୧୨୫୬)ରେ ବଲାଙ୍ଗୀରରୁ ଗାଁକୁ ଫେରୁଥିବା ବେଳେ କରେଲଧୁଆ ଓଭରବ୍ରିଜ ବୁଲାଣିଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ମହକୁମାକୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ଟିଟୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର