ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ତଲସରା ଅଞ୍ଚଳରେ ଜଣେ ଯୁବକ ଓ ଅନ୍ୟ ଜଣେ ଦିବ୍ୟାଙ୍ଗ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ନୁଏଲ ଡୁଙ୍ଗଡୁଙ୍ଗ (୩୫) ଓ ଲାଲବତୀ ଲାକଡା (୪୫)।

Advertisment

କିରାଲଗା ଗ୍ରାମର ମଙ୍ଗଳପଡାରେ ଗତକାଲି ଅପରାହ୍ନ ୧ଟାରେ ଘରୁ ବାହାରି ଯୁବକ ନୁଏଲ ଡୁଙ୍ଗଡୁଙ୍ଗ ନିଜ ବିଲରେ ପାଣି ବାନ୍ଧିବାକୁ ଯାଇଥିଲେ। ସେ କୌଣସି ଅସାବଧାନତା ଯୋଗୁଁ ବିଲରେ ଥିବା ଖାଲରେ ପଡ଼ି ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ତାଙ୍କ ଶାଶୁ ସରସ୍ବତୀ ବିଲରେ ଖୋଜିବାକୁ ଯାଇଥିବାବେଳେ ବିଲର ଖାଲରେ ନୁଏଲ ପଡ଼ି ଥିବା ଦେଖିଥିଲେ ଓ ପରିବାରକୁ ଖବର ଦେଇଥିଲେ। ଖବର ପାଇ ପରିବାରବର୍ଗ ପହଞ୍ଚି ନୁଏଲଙ୍କୁ ଉଦ୍ଧାର କରି ସବଡେ଼ଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ଉକ୍ତ ଯୁବକର ପ୍ଲିହା ରୋଗ ଥିଲା।ଏହା ବାହାରି ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି। 

ଦିବ୍ୟାଙ୍ଗ ମହିଳା ଲାଲବତୀ ଲାକଡ଼ା ଖଟରେ ଶୋଇଥିବା ସମୟରେ ଏକ ବିଷଧର ସାପ ଖଟରେ ଚଢ଼ି କାମୁଡ଼ି ଦେବାରୁ ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ହଠାତ ଏକ ବିଷଧର ସାପ ଖଟ ଉପରେ ଚଢ଼ି ଲାଲବତୀଙ୍କୁ କାମୁଡ଼ି ପଳାଉଥିଲା।



ସେହିପରି ଦେଗାଁ କୁଟୁରାପଡାରେ ଗତକାଲି ସନ୍ଧ୍ୟାରେ ଦିବ୍ୟାଙ୍ଗ ମହିଳା ଲାଲବତୀ ଲାକଡ଼ା ଖଟରେ ଶୋଇଥିବା ସମୟରେ ଏକ ବିଷଧର ସାପ ଖଟରେ ଚଢ଼ି କାମୁଡ଼ି ଦେବାରୁ ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ହଠାତ ଏକ ବିଷଧର ସାପ ଖଟ ଉପରେ ଚଢ଼ି ଲାଲବତୀଙ୍କୁ କାମୁଡ଼ି ପଳାଉଥିଲା। ସାପ କାମୁଡ଼ି ଦେଇଥିବା ଜାଣି ପରି ଲାଲବତୀ ପାଟି କରିଥିଲେ। ପାଖରେ ଶୋଇଥିବା ତାଙ୍କ ସ୍ୱାମୀ ଶିବ ଲାକଡ଼ା ଉଠି ଦେଖିଲା ବେଳକୁ ସାପ ପଳାଉଥିଲା। ସଂଗେ ସଂଗେ ଗାଡ଼ିରେ ସୁନ୍ଦରଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

sundargarh | dead