ସୁନ୍ଦରଗଡ଼ ପୁଲିସ-ସିଆରପିଏଫ୍‌ ଓ ପିଏଲ୍‌ଏଫ୍‌ଆଇ ମଧ୍ୟରେ ଗୁଳି ବିନିମୟ, ୨ଗିରଫ

ରାଉରକେଲା: ପିପୁଲ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଗୁରୁବାର ୨ ଜଣ ପିଏଲ୍‌ଏଫ୍‌ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ପିଏଲଏଫ୍‌ଆଇ ସଦସ୍ୟ ହେଲେ ରାଇବଗା ଥାନା ଅନ୍ତର୍ଗତ ବିରଙ୍ଗତୋଲିର ସୁଶୀଳ ହାଁସଦା ଓ ଝାଡଖଣ୍ଡର ଜୟପାଳ ଟପନୋ। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସିଆରପିଏଫ ଯବାନ ଓ ସୁନ୍ଦରଗଡ଼ ପୁଲିସ କର୍ମଚାରୀମାନେ କଟିଂଝରୀ ପାହାଡରେ  ପହଞ୍ଚି ପିଏଲ୍‌ଏଫ୍‌ ସଦସ୍ୟଙ୍କୁ ଗିରଫ କରିଥିଲେ।  ଗିରଫ ପିଏଲ୍‌ଏଫ୍‌ ସଦସ୍ୟମାନଙ୍କୁ ଝାଡଖଣ୍ଡର ଏକ ଥାନାରେ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୧ରେ  ପିଏଲ୍‌ଏଫ୍‌ଆଇର ୬ ଜଣ ଓ ତା’ ପରଦିନ ୭ଜଣ  ସଦସ୍ୟଙ୍କୁ ବୀରମିତ୍ରପୁର ପୁଲିସ ଓ କୁଆଁରମୁଣ୍ଡା ପୁଲିସ ଗିରଫ କରିଥିଲା। ଗିରଫ ହୋଇଥିବା ସଦସ୍ୟମାନଙ୍କ ଭିତରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଥିଲେ, ଯିଏ କି ତାଲିମ ଦେଉଥିଲେ। ବଡ଼ବିଲରୁ ଅବସରପ୍ରାପ୍ତ ଆର୍ମି କ୍ୟାପଟେନ୍‌ ଯଦୁମଣି ପାତ୍ର, କୁଆାଁରମୁଣ୍ଡା ଥାନାର କାଦେବାହାଲରୁ ସନ୍ଦୀପ ଏକ୍କା, ଜାମବାହାଲରୁ ବୁତରୁ ଖଡ଼ିଆ, ଗୋବିରାରୁ ରିବା ଖାଲକୋ, ବୀରମିତ୍ରପୁର ଥାନା ଅନ୍ତର୍ଗତ ଗାନ୍ଧୀରୋଡ଼ରୁ ସୁରଜ ସାହୁ ଓ କୁଲୁ ଓରଫ ବିଶାଳ ଠାକୁର ଗିରଫ ହୋଇଥିଲେ।

ଗତ କିଛି ବର୍ଷ ହେଲା ଝାଡ଼ଖଣ୍ଡ ଏବଂ ଓଡ଼ିଶା ଜୋନାଲ୍‌ କମିଟି ସଦସ୍ୟ ଅର୍ଜୁନ ରାଣାଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାରେ ପିଏଲ୍‌ଏଫଆଇ ସଂଗଠନ କାୟା ବିସ୍ତାର କରିଛି। ସଂଗଠନ ସଦସ୍ୟମାନେ ପୁଞ୍ଜିପତି, ଶିଳ୍ପପତି, ସରକାରୀ ଅଧିକାରୀଙ୍କଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର