ସୁନ୍ଦରଗଡ଼: ରାଉରକେଲାରୁ ସୁନ୍ଦରଗଡ଼ ଆସିବା ସମୟରେ ବିଜୁ ଏକ୍ସପ୍ରେସ ୱେର ରସରାଜପୁର ଠାରେ ଘରୋଇ ବସ୍ ର ଟାୟାର ଫାଟିବା ଫଳରେ ଏକ ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ହରାଇ ରାସ୍ତା ତଳକୁ ଓହ୍ଲାଇ ଗଛରେ ପିଟି ହେଲା ବସ୍।  ତେବେ ଅଳ୍ପକେ ବଞ୍ଚିଲା ୫୦ରୁ ଅଧିକା ଜୀବନ। କୌଣସି ଯାତ୍ରୀ କି ବସ୍ କର୍ମଚାରୀ କେହି ବି ଆହତ ହୋଇନଥିବା ସୂଚନା ରହିଛି।