କୋଇଡା (ସୁନ୍ଦରଗଡ଼): ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ବିକାଶର ନଗ୍ନ ଛବି ପୁଣି ନଜରକୁ ଆସିଛି । ପୁଣି ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଯାଇଥିବା ଜଣେ ରୋଗୀଙ୍କ ଖବର ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଘଟିଛି କୋଇଡା ବ୍ଲକର ଅରାଘାଟ ଗାଁରେ। ଏ ଛବି ବୟାନ କରୁଛି ଆଦିବାସୀ ବହୁଳ ସୁନ୍ଦରଗଡି ଜିଲ୍ଲା ଖଣି ଅଞ୍ଚଳରେ ହୋଇଥିବା ବିକାଶର ଅସଲ ଚିତ୍ର ।
/sambad/media/post_attachments/wp-content/uploads/2020/11/WhatsApp-Image-2020-11-06-at-21.03.15-1024x485.jpeg)
ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଖଣିଜ। ମାଟି ତଳୁ ବାହାରୁଥିବା ଖଣିଜକୁ ବିକି କୋଟି କୋଟି ଟଙ୍କାର ରାଜସ୍ୱ କମାଉଛନ୍ତି ସରକାର। ସେ ଅର୍ଥକୁ ଅନେକ ସହରର ଚାକଚକ୍ୟ ବୃଦ୍ଧିରେ ବ୍ୟୟ କରା ଯାଉଛି, ଏପରିକି ଜିଲ୍ଲା ବାହାରେ ଥିବା ପାର୍କ ଓ ବିମାନବନ୍ଦର ତିଆରିରେ ଖର୍ଚ୍ଚ କରା ଯାଉଛି। କିନ୍ତୁ କ୍ଷତିଗ୍ରସ୍ତ ହୋଇଥିବା ଅସଲ ଲୋକେ ଏବେ ମଧ୍ୟ ସେଥିରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଇଁ ବିକାଶ ଏବେବି ସାତ ସପନ। ଖଣି ଖୋଳା ହେଉଥିବା ଅଞ୍ଚଳରେ କେଉଁଠି ବିଜୁଳି ନାହିଁ ତ କେଉଁ ଗାଁକୁ ନାହିଁ ମାଟି ରାସ୍ତାଟିଏ। ଆଉ କେଉଁଠି ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ।
ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ନଜର ଆଢୁଆଳରେ ଥିବା ଏଭଳି ଏକ ଅଞ୍ଚଳ ହେଉଛି କୋଇଡା ବ୍ଲକର ଅରାଘାଟ ଗାଁ। ଗାଁଠୁ ଅଳ୍ପ ଦୂରରେ ଅଛି ଗୋପୀସାହି ବସ୍ତି। ବସ୍ତିରେ ରହନ୍ତି ୩୫ରୁ ଅଧିକ ପରିବାର। ବସ୍ତିକୁ ଯିବା ରାସ୍ତାରେ ପଡେ ସୁନା ନଦୀ। ସେ ନଦୀ ପାର ହୋଇ ନିଜ ଘରକୁ ଯିବା ଆସିବା କରନ୍ତି ବସ୍ତିବାସୀ। ବର୍ଷାଦିନ ହେଉ କିମ୍ବା ଖରାଦିନ, ନଦୀରେ ପ୍ରଖର ଥାଏ ଜଳସ୍ରୋତ। ନିଜ ଜୀବନକୁ ବାଜି ଲଗାଇ ସବୁଦିନ ନଦୀ ପାର ହୁଅନ୍ତି ଲୋକେ। ଏପରିକି ସ୍କୁଲ୍ ଯାଉଥିବା ପିଲାମାନେ ମଧ୍ୟ ଏହିପରି ନଦୀ ପାର ହୁଅନ୍ତି। ଆଉ ଆମ୍ବୁଲାନ୍ସ ଯିବ ବା କେମିତି! ଏ ଗାଁରେ ପୂର୍ବରୁ ମଧ୍ୟ ଅନେକ ଲୋକ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିବା ନଜିର ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-06-at-21.03.13.jpeg)