ରାଉରକେଲା: ଦୁଇ ଦିନିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ଚିଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତୀ ଫଗନସିଂ କୁଳସ୍ତେ l ରାଉରକେଲା ବିମାନ ବନ୍ଦରରେ ଆଜି ପୂର୍ବାହ୍ନ ସାଢେ଼ ୯ ଟା' ସମୟରେ ପହଁଚିବା ପରେ ତାଙ୍କୁ ଆରଏସପି ସିଇଓ ଦୀପକ ଚଟ୍ଟରାଜ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ, ଏସପି ମୁକେଶ କୁମାର ଭାମୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମନ୍ତ୍ରୀଙ୍କୁ ସି.ଆଇ.ଏସ.ଏଫ ୟୁନିଟ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ସେଠାରୁ ଓଡ଼ିଶାକୁ ଯାଇ ରାଉରକେଲା ହାଉସରେ କିଛି ସମୟ ବିଶ୍ରାମ ନେଇ ସେଲ ଖଣି ପରିଦର୍ଶନରେ ବାହାରିଛନ୍ତି ମନ୍ତ୍ରୀ ଫଗନ ସିଂ କୁଲସ୍ତେ। ଟେନସା, ବରସୁଆଁ ଓ ତାଳଡିହି ଖଣି ପରିଦର୍ଶନ କରି ଆଜି ସନ୍ଧ୍ୟାରେ ଫେରିଆସି ରାଉରକେଲା ହାଉସରେ ରାତ୍ରିଯାପନ କରିବେ। ଆସନ୍ତାକାଲି ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ ସହ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଅପରାହ୍ନରେ ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଦୁଇ ଦିନିଆ ଗସ୍ତରେ ଆସି ଆରଏସ୍ପି ପହଞ୍ଚିଲେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ
/sambad/media/post_attachments/wp-content/uploads/2021/01/059d9bbe-64c9-4bf9-8e7c-dc52cd2bffc9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)