ରାଉରକେଲା: ରାଉରକେଲାରେ ୪୫ ଓ ୧୮ରୁ ଉର୍ଦ୍ଧ୍ବ ବୟସ୍କ ବର୍ଗର ବ୍ୟକ୍ତିଙ୍କୁ ଆସନ୍ତାକାଲି (ଜୁନ୍ ୪ ତାରିଖ, ଶୁକ୍ରବାର) କୋଭିଟ୍ ଟିକା ଦିଆଯିବ। ହିତାଧିକାରୀମାନେ ବର୍ତ୍ତମାନ CoWIN ପୋର୍ଟାଲ/ଆପରେ ପଞ୍ଜୀକରଣ କରି ସ୍ଲଟ୍ ବୁକ୍ କରିପାରିବେ। ଟିକାକରଣ ବେଳେ ମୁହଁରେ ମାସ୍କ ସହିତ କୋଭିଡ୍ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
୪୫ ପ୍ଲସ୍ ବର୍ଗଙ୍କ ପାଇଁ ଟିକାକରଣ କେନ୍ଦ୍ରଗୁଡିକ ହେଲା ଆଇଜିଏଚ୍, ଆରଜିଏଚ୍, ଫର୍ଟିଲାଇଜରସ୍ଥିତ ସେଲ୍ ହେଲଥ ସେଣ୍ଟର, ପାନପୋଷ ୟୁସିଏଚସି, ସେକ୍ଟର-୬ ହେଲଥ ସେଣ୍ଟର, ରେଲୱେ ହସ୍ପିଟାଲ ଏବଂ ସେକ୍ଟର ୧୮ ସୋସିଆଲ ହୋମ। ତେବେ ୧୮ରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଉଦିତ ନଗରସ୍ଥିତ ମ୍ୟୁନିସିପାଲ କଲେଜ କେନ୍ଦ୍ରରେ ଟିକା ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine-generic.jpg)