ରାଉରକେଲା: ରାଉରକେଲା ସହରରେ ଆଜି ଠାରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକାରଣ ଆରମ୍ଭ ହୋଇଯାଇଛି। ଏନେଇ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନଲାଇନ୍‌ ପଞ୍ଜିକରଣ କରିଥିବା ଏ ବର୍ଗର ହିତାଧିକାରୀ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଟିକା ଦିଆଯିବ।

Advertisment

publive-imageଟିକାଦାନ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର ରହିଛି। ସେ ଗୁଡ଼ିକ ହେଲା, ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌), ରିଜର୍ଭ ପୁଲିସ ହସପିଟାଲ, ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌), ସେଲ୍‌ ହେଲ୍ଥ ସେଣ୍ଟର୍‌(ଫର୍ଟିଲାଇଜର), ପାନପୋଷ ସବଡିଭିଜନାଲ ହସପିଟାଲ, ସେକ୍ଟର-୬ ସ୍ବାସ୍ଥ୍ୟକେନ୍ଦ୍ର, ରେଲୱେ ହସପିଟାଲ ଓ ଇଏସ୍‌ଆଇ ହସ୍ପିଟାଲ।