ଅବକାରୀ ଚଢଉ ମଦ ଜବତ: ୮ ଗିରଫ

ରାଉରକେଲା: ଗତକାଲି ପରି ଆଜି ଅବକାରୀ ପୁଲିସ ପକ୍ଷରୁ ସହର ସମେତ ଏହାର ଆଖପାଖରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ମୋଟ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୧୪୫ ଲିଟର ଦେଶୀ ମଦ, ୧୪୪୫ କେଜି ମହୁଲ ପୋଚ୍‌ ସମେତ ମଦ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଓରାମପଡାର ସୁଖଦେବ ଲାକ୍ରା, ଯୋଗେଶ୍ୱର ଓରାମ୍‌, ଅଜୟ ଓରାମ୍‌, ଅମର ବଡାଇକ୍‌, ସମୀର ମିଞ୍ଜ, ଲୁଆକେରାର ସୁଧୀର ପାନ୍ନା, ପାଲା ସମାସି ଓ ଏଲିୟାସ୍‌ ଏକ୍କା। ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ମିହିର କୁମାର ସେଠୀ, ଏସ୍‌ଆଇ ଏସ୍‌.କେ. ରାଉତ, ଏନ୍‌.ଜେନା ସହ ସମ୍ବଲପୁର ଟିମ୍‌ ନେତୃତ୍ୱ ନେଇଥିଲେ। ଗତକାଲି ଚଢ଼ଉ ୧୩ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୫୬ ଲିଟର ଦେଶୀ ମଦ, ୧୨୪୦ କେଜି ମହୁଲ ପୋଚ, ସ୍କୁଟର ଓ ମଦ ତିଆରିରେ ବ୍ୟବହୃତ ହାଣ୍ଡି, ଡେକ୍‌ଚି ଆଦି ସାମଗ୍ରୀ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଗୋପଡିହିର ରାଜେଶ କେର୍କେଟା, ଜାନ୍ନି କୁଜୁର, ଗଦି କେର୍କେଟା, ବୁଚାହଣ୍ଡାର ହେଲେନା ଖାଲ୍‌କୋ, ସେକ୍ଟର-୨ ଖରିଆବାହାଲ ବସ୍ତିର ରାଜେନ୍ଦ୍ର ବାରିକ୍‌, ବିରକେରାର ପାର୍ବତୀ ଖାଲ୍‌କୋ, ଚେରିଆ ଖାଲ୍‌କୋ, ହେନା ଖାଲ୍‌କୋ, ଚାମି ତିର୍କୀ, ଗୁଆ ଖାଲ୍‌କୋ, ବନ୍ଧମୁଣ୍ଡାର ଭୋଲା ପ୍ରସାଦ, ସୁଧା ପଟ୍ଟନାୟକ।

ସମ୍ବନ୍ଧିତ ଖବର