ସୁନ୍ଦରଗଡ଼: କଡ଼ା ସୁରକ୍ଷା ବଳୟରେ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ୭ଟି ବିଧାନସଭାର ମତଗଣତି ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ ଓ ତଳସରା ପାଇଁ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ, ରାଜଗାଙ୍ଗପୁର ପାଇଁ ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ, ରାଉରକେଲା, ରଘୁନାଥପାଲି, ବୀରମିତ୍ରପୁର ପାଇଁ ଉଦିତନଗର ଉଚ୍ଚବିଦ୍ୟାଳୟ, ବଣାଇ ପାଇଁ ବଣାଇ ଧରଣୀଧର ଉଚ୍ଚବିଦ୍ୟାଳୟରେ ଗଣତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟାଲେଟ ପେପରର ଗଣତି ଚାଲିଛି।

Advertisment

ଉଲ୍ଲେଖଯୋଗ୍ୟ, ତଳସରା ବିଧାନସଭାରେ ୨୧୬୩୬୪ ମତଦାତାଙ୍କ ମଧ୍ୟରୁ ୧୬୧୭୩୨ ମତଦାନ କରିଥିଲେ। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ୨୩୬୬୭୩ ମତଦାତାଙ୍କ ମଧ୍ୟରୁ ୧୭୯୩୯୭ ଜଣ ମତଦାନ କରିଛନ୍ତି। ସେହିପରି ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ୨୫୨୮୨୫ ମତଦାତାଙ୍କ ମଧ୍ୟରୁ ୧୮୧୪୦୭ ଜଣ, ରାଉରକେଲା ବିଧାନସଭାରେ ୨୧୫୧୪୭ ମତଦାତାଙ୍କ ମଧ୍ୟରୁ ୧୩୮୪୫୧ ଜଣ, ରଘୁନାଥପାଲି ୧୮୨୯୫୫ ମଧ୍ୟରୁ ୧୧୬୪୪୦ ଜଣ, ବୀରମିତ୍ରପୁର ବିଧାନସଭାରେ ୨୪୩୮୯୩ ଜଣଙ୍କ ଭିତରୁ ୧୮୮୨୩୭ ଜଣ, ବଣାଇ ବିଧାନସଭାରେ ୨୨୮୨୪୮ ମତଦାତାଙ୍କ ମଧ୍ୟରୁ ୧୮୫୨୧୧ ଜଣ ମତଦାନ କରିଛନ୍ତି।