ରାଉରକେଲା: ଆଜି ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ। ଆଜି ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା, ହେମଗିରି ଓ ଲହୁଣିପଡା ତିନି ବ୍ଲକରେ ମତଦାନ ସୁରୁଖୁରୁରେ ଚାଲିଛି। କୌଣସି ସ୍ଥାନରେ କିଛି ଅଘଟଣ ଘଟି ନଥିବା କୁହାଯାଉଛି। ତିନିଟି ବ୍ଲକର ୬ ଜିଲ୍ଲା ପରିଷଦ, ୫୩ ସରପଞ୍ଚ ଓ ୬୭୪ ୱାର୍ଡ ସଭ୍ୟଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୧ ଲକ୍ଷ ୯୪ ହଜାର ୮୩୫ ଭୋଟର।

Advertisment

ଏଥିପାଇଁ ତିନିଟି ବ୍ଲକରେ ମୋଟ ୬୭୪ଟି ବୁଥ୍ ହୋଇଛି। ୨୮୩ ଟି ସମ୍ବେଦଶୀଳ କେନ୍ଦ୍ର ରହିଛି। ଲହୁଣିପଡା ବ୍ଲକରେ ମୋଟ ୨୨୯ ବୁଥ୍ ହୋଇଛି। ଲେଫ୍ରିପଡା ବ୍ଲକରେ ମୋଟ ୨୧୨ଟି ବୁଥ୍ ହୋଇଛି। ହେମଗିରି ବ୍ଲକରେ ମୋଟ ୨୩୩ଟି ବୁଥ୍ ହୋଇଛି। ବୁଥ୍ ଗୁଡ଼ିକରେ ଉଭୟ ସୁନ୍ଦରଗଡ଼ ଓ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।