ସୁନ୍ଦରଗଡ଼: ଯୋଜନାହୀନ ଖଣି ଖାଦାନ ଓ କାରଖାନା କାରଣରୁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ଜଙ୍ଗଲ କ୍ଷୟ ଘଟୁଛି। ନିଜର ପ୍ରାକୃତିକ ବାସସ୍ଥାନ ହରାଇ ଜଙ୍ଗଲୀ ପଶୁପକ୍ଷୀ ଏବେ ଜନବସତି ମୁହାଁ ହେଉଛନ୍ତି। ଫଳରେ ମଣିଷ ଓ ପଶୁ ମୁହାଁମୁହିଁ ହେଉଛନ୍ତି।
ଜିଲ୍ଲାର କୋଇଡା ବ୍ଲକ୍ ସ୍ଥିତ ଏକ ଗାଁରେ ବଣୁଆ ହାତୀଙ୍କ ପାଇଁ ଲୋକେ ସାରା ରାତି ଉଜାଗର ରହିବାକୁ ବାଧ୍ୟ ହେଉଛନ୍ତି। ହାତୀ ଉପଦ୍ରବକୁ ନେଇ ଏହି ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ପ୍ରଶାସନର ପଦକ୍ଷେପକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି।