ବଣାଇଁଗଡ଼: ବଣାଇଁଗଡ଼ ବ୍ଲକ ଅଧୀନ ପାଣ୍ଡୁରିଶିଳା ଗ୍ରାମର ୭୦ରୁ ଅଧିକ ପରିବାର ଦୀର୍ଘ ଦିନ ଧରି ପାଣି ସମସ୍ୟାରେ ଘାଣ୍ଟି ହେଉଥିବା ଦେଖିବାକୁ ମିଳୁଛି l ଗ୍ରାମରେ ଥିବା ଏକମାତ୍ର ନଳକୂପ ସହ ସୋଲାର ପାଣି ଯୋଗାଣ ମଧ୍ୟ ଦୀର୍ଘ ଦୁଇ ମାସରୁ ଅଧିକ ଦିନ ହେଵ ଅଚଳ ଅବସ୍ଥାରେ ପଡ଼ିରହିଛି l ଯାହାଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l
ଗ୍ରାମବାସୀଙ୍କ ସମସ୍ୟାକୁ ଉପଲବ୍ଧ କରି ଗ୍ରାମର ବଦାନ୍ୟ ବ୍ୟକ୍ତି ପ୍ରଫୁଲ୍ଲ କୁମାର ଶତପଥି ବଣାଇଁରେ ରହୁଥିଲେ ମଧ୍ୟ ପ୍ରତ୍ୟେକ ଦିନ ନିଜ ଗ୍ରାମକୁ ଆସି ନିଜ ବୋରୱେଲରୁ ପାଣି ଉଠାଇ ଅସ୍ଥାୟୀ ଭାବେ ୭୦ ପରିବାର ଲୋକଙ୍କୁ ପାଣି ଦେବାର ବ୍ୟବସ୍ଥା କରି ସମସ୍ୟାକୁ କିଛି ମାତ୍ରାରେ ସମାଧାନ କରୁଛନ୍ତି l ଯାହା ଫଳରେ ଲୋକେ ରୋଷେଇ ବାସଠୁ ଆରମ୍ଭ କରି ପାନୀୟ ଜଳ ଟିକେ ପାଇପାରୁଛନ୍ତି l
ଏ ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଅବଗତ କରାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ l ଲୋକଙ୍କ ସମସ୍ୟା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l ଏନେଇ ବିଭାଗୀୟ ଯନ୍ତ୍ରୀ ବିକାଶ ସିଂ ଦଣ୍ଡପାଟଙ୍କୁ ଯୋଗାଯୋଗ କରିବାରୁ ଏହାର ତୁରନ୍ତ ସମାଧାନ କରି ଉକ୍ତ ପରିବାରଙ୍କୁ ଯଥା ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/22/new-project-43-2025-08-22-13-52-06.jpg)