କାଲୋ ସାହିରେ ପାଣି ସମସ୍ୟା:ପାଣି ଚୁଆ ଭରସା

ବଣାଇଁଗଡ଼: ବଣାଇଁ ବ୍ଲକ ଅନ୍ତର୍ଗତ କେନାଭେଟା ଗ୍ରାମପଞ୍ଚାୟତର କାଲୋ ସାହି ଗ୍ରାମଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ଗ୍ରାମଟି ନଦୀକୂଳରେ ଥିଲେ ମଧ୍ୟ ବର୍ତ୍ତମାନ ଲୋକେ ପିଇବା ପାଣି ଟିକିଏ ପାଇଁ ହନ୍ତସନ୍ତ ହେବାକୁ ପଡୁଛି। ସେଠାରେ ଏକ ଗଭୀର ନଳକୂପ ଖୋଳା ଯାଇଥିଲେ ମଧ୍ୟ ଏଠାରୁ ଦୀଘଦିନ ହେବ ଲୁହାଗୁଣ୍ଡ ମିଶା ପାଣି ବାହାରୁଛି। ଏହାର ବିକଳ୍ପ ଭାବେ ନିକଟରେ ଆଉଏକ ସୌରଚାଳିତ ଗଭୀର ନଳକୂପ ଖନନ କରାଯାଇଥିଲେ ମଧ୍ୟ ସେଠାରୁ ମଧ୍ୟ ଦୂଷିତ ପାଣି ବାହାରୁଛି। ଫଳରେ ସେମାନେ ଦୀର୍ଘଦିନ ହେବ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗଭୀର ନଳକୂପର ପାଣି ଆଣି ନିତ୍ୟ ବ୍ୟବହାର କାର୍ଯ୍ୟ କରୁଥିବାବେଳେ ପିଇବା ପାଇଁ ବାଧ୍ୟ ହୋଇ ବ୍ରାହ୍ମଣୀ ନଦୀ ପଠାରେ ପାଣଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଏଥିପାଇଁ ଗ୍ରାମବାସୀ ମିଳିତ ଭାବେ ସରପଞ୍ଚ , ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ କାହାରି ପାଖରେ ସମୟ ନଥିବା ସେମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର