ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ତାତି ଅସମ୍ଭାଳ। ଆକାଶରୁ ଯେମିତି ନିଆଁ ବର୍ଷୁଛି। ଲୋକେ ତ୍ରାହିତ୍ରାହି ଡାକିଲେଣି। ଏଭଳି ସ୍ଥିତିରେ ପାଣିକୁ ନେଇ ସହରରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଆଜି ସକାଳୁ ସହରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଇବ ନଦୀର  କ୍ଷିଣ ଜଳଧାର ଶୁଖିଯିବା ପରେ ଏ ଶୋଚନୀୟ ସ୍ଥିତି ସୃଷ୍ଟି ହୋଇଛି।

Advertisment

publive-image

ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ ବା ଓଡ଼ିଶା ଜଳ ନିଗମର ଜଳଯୋଗାଣ ଓ ବିଶୋଧନାଗାରକୁ ପାଣି ଆସୁନଥିବାରୁ  ବିଭାଗ ହାତ ଟେକି ଦେଇଛି। ଲୋକଙ୍କ ପାଖକୁ ପାଣି ପହଞ୍ଚାଇବାକୁ ଆଉ କି ବିକଳ୍ପ ବ୍ୟବସ୍ଥା କରିହେବ, ସେ ନେଇ କିଛି ବୁଦ୍ଧିବାଟ ଦିଶୁ ନଥିବାରୁ ଚିନ୍ତାରେ ପଡ଼ିଛି ବିଭାଗ। ପାଣି ପାଇଁ ପୂରା ସହର ହାହାକାର ହୋଇପଡ଼ିଛି। ଅସହ୍ୟ ତାତି ସାଙ୍ଗକୁ ପାଣି ମୁନ୍ଦେ ନମିଳିବାର ଯନ୍ତ୍ରଣାରେ ଲୋକେ ଛଟପଟ ହେଉଛନ୍ତି। ନଳକୂଅ, କୂଅରୁ ପାଣି ନେଇ କିଛି ଲୋକେ କାମ ଚଳାଇଥିବାବେଳେ, ଏକମାତ୍ର ପାଇପ ପାଣି ଉପରେ ନିର୍ଭରଶୀଳ ୬୦ ଭାଗ ଲୋକେ। ଅବସ୍ଥା କହିଲେ ନସରେ। ଏ ବେଳାରେ  ବିଭାଗର ଅଦୂରଦର୍ଶୀ କାମ ପୁଣି ଚର୍ଚ୍ଚାକୁ ଆସିଛି। ଜଳଯୋଗାଣ କ୍ଷେତ୍ରରେ ସ୍ଥାୟୀ ଜଳଉତ୍ସକୁ ହିଁ ପ୍ରାଥମିକତା ଦିଆଯିବା କଥା। ସେ ଦିଗରେ ବିଭାଗ କୌଣସି  ବ୍ୟବସ୍ଥା ନ କରି ୨ ବର୍ଷ ତଳେ ସହର ସାରା ପାଇପ ପୋତାରେ ୪୦ କୋଟି ଖର୍ଚ୍ଚ କରିଥିଲା। ପାଣି ନଥିବାରୁ ଏବେ ତାହା କେଉଁ କାମକୁ ବୋଲି ସହରବାସୀ ପ୍ରଶ୍ନ କଲେଣି।