ପ୍ରଥମ ଥର ସୁନ୍ଦରଗଡ଼ ସହରରେ ପଶିଛି ହାତୀ

ସୁନ୍ଦରଗଡ଼: ରବିବାର ସକାଳେ ସୁନ୍ଦରଗଡ଼ ସହର ଅନ୍ତର୍ଗତ ମିସନ୍‌ ଛକ ଠାରେ ଅବସ୍ଥିତ ମିସନ୍‌ ଗୀର୍ଜା ପରିଧି ମଧ୍ୟକୁ ଗୋଟାଏ ବଣୁଆ ଦନ୍ତାହାତୀ ପଶି ଯାଇଛି।

ଗୀର୍ଜା ପରିସର ଚଉହଦି ପାଚେରି ବୁଲିଥିବାରୁ ହାତୀଟି ଫାଟକ ବାଟେ ଭିତରକୁ ସକାଳ ପ୍ରାୟ ୮ଟା ବେଳେ ପଶିଥିବା ଅନୁମାନ କରାଯାଉଛି। ହାତୀଟି ପରିସରକୁ ପ୍ରବେଶ କରିବା ବେଳେ କେହି ଦେଖି ନ ଥିଲେ ବି ପରେ ଗୀର୍ଜ ପରିସରସ୍ଥ ବଗିଚା ମଧ୍ୟରେ ହାତୀଟିକୁ ଲୋକେ ଦେଖି ଥିଲେ।

ଖବର ପାଇ ସୁନ୍ଦରଗଡ଼ ବନ ବିଭାଗର ୧୫ ଜଣ ସରିକି କର୍ମଚାରୀ ପାଟି କରି ଗୀର୍ଜା ପରିସରରେ ସ୍ଥିର ହୋଇ ଠିଆ ହୋଇଥିବା ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଗୀର୍ଜା ଚାରିପଟେ ପାଚେରି ବେଢ଼ି ରହିଥିବାରୁ ହାତୀଟି ବାହାରକୁ ଯିବାକୁ ବାଟ ପାଉ ନାହିଁ।

ପ୍ରଥମ କରି ସୁନ୍ଦରଗଡ଼ ସହରକୁ ବଣୁଆ ହାତୀଟାଏ ପଶି ଆସିଥିବାରୁ ଲୋକେ କୌତୂହଳୀ ହୋଇ ଦେଖିବାକୁ ଘଟନାସ୍ଥଳରେ ଗହଳି କରିଛନ୍ତି।

ସମ୍ବନ୍ଧିତ ଖବର