ସୁନ୍ଦରଗଡ଼: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ସୁନ୍ଦରଗଡ଼ ସଦର ମହକୁମାରେ ଥିବା ମାଦ୍ରିକାଲୋ ଭବନର ପୁନରୁଦ୍ଧାର କାମର ଶିଳାନ୍ୟାସ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ବାରା ୩ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଭବନର ମରାମତି କାର୍ଯ୍ୟ ସହ ନବୀକରଣ କରାଯିବ। ଆଧୁନିକୀକରଣ କାମ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ।
ଆଜିର ଏହି ଉତ୍ସବରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି, ପୂର୍ବତନ ବିଧାୟକ ମଙ୍ଗଳା କିଶାନ, ଡ. ପ୍ରଫୁଲ୍ଲ ମାଝୀ, ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ସଭାପତି କୁନ୍ତି ପ୍ରଧାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ମିଶ୍ର, ଉପ ନଗରପାଳ ଲଲାଟେନ୍ଦୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/9833a919-34b8-4a0f-830d-0afebd33c33e.jpg)