ସୁନ୍ଦରଗଡ଼: ମହିଳାଙ୍କ ହାତରେ ଵୁଲୁଥିଲା ଖଣ୍ଡା। ଗାଁର ଅନ୍ୟ ଦୁଇ ମହିଳାଙ୍କୁ ହାଣିବାକୁ ଗାଁ ଦାଣ୍ଡରେ ଗୋଡାଉଥିଲେ। ପ୍ରାଣ ବିକଳରେ ସେମାନେ ଆଗକୁ ଆଗକୁ ଦୌଡୁଥିଲେ। ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଯୋଗୀମାଲରେ ଘଟିଥିବା ଏହି ଅଭାଵନୀୟ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଵେଳେ ଏହା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ଖଣ୍ଡା ବୁଲାଉଥିବା ମହିଳା ଜଣକ ଥିଲେ ଗ୍ରାମର ମଞ୍ଜୁଲତା ପଟେଲ। ଆଉ ଆକ୍ରମଣର ସମ୍ମୁଖୀନ ହୋଇଥିବା ଦୁଇ ମହିଳା ଥିଲେ ଗାଁ ଅଙ୍ଗନବାଡି କର୍ମୀ ଶ୍ରଦ୍ଧାଞ୍ଜଳି ମାଝୀ ଓ ଆଶାକର୍ମୀ ରଙ୍ଗବତୀ ଧୁରୁଆ। ମମତା ଦିବସ ଥିବାରୁ ସେମାନେ ଅଙ୍ଗନଵାଡି କେନ୍ଦ୍ରକୁ ଯାଉଥବା ଵେଳେ ଘଟିଥିଲା ଏ ଘଟଣା। ପ୍ରାଣ ବିକଳରେ ସେ ଦୁହେଁ କେନ୍ଦ୍ର ଭିତରକୁ ପଶିଯିବା ପରେ ପଛେ ପଛେ ଗୋଡାଇଥିବା ମଞ୍ଜୁ ଵାହାରୁ ତାଲା ପକାଇ ଦେଇଥିଲେ। ଘଣ୍ଟାଏ ସେ ଦୁହେଁ ଘର ଭିତରେ ଵନ୍ଦ ରହିବା ପରେ ଖବର ପାଇ ପୁଲିସ ଆସି ଉଦ୍ଧାର କରିଥିଲା।
/sambad/media/post_attachments/wp-content/uploads/2021/06/sng.jpg)
ଅନ୍ଯପଟେ ମଞ୍ଜୁଙ୍କୁ ଗିରଫ କରିବା ସହ ମଞ୍ଜୁଙ୍କ ବାପା ଧନୁର୍ଜୟ ନାଏକଙ୍କ ଘରୁ ଖଣ୍ଡା ଜଵତ କରି ତଦନ୍ତ ଚଳାଇଛି ପୁଲିସ। ଅଙ୍ଗନବାଡିରେ ନିଯୁକ୍ତି ଵିଵାଦକୁ ନେଇ ପୂର୍ଵରୁ ମଞ୍ଜୁଲତା ଏ ଦୁଇ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଧମକ ଦେଇ ଆସୁଥିଲେ। କିଛି ଦିନ ତଳେ ଏ ସମ୍ପର୍କରେ ଅଙ୍ଗନବାଡି ଓ ଆଶାକର୍ମୀ ଭଷ୍ମା ଥାନାରେ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍ ଵସିଥିଵାଵେଳେ ଆଜି ଏ ଘଟଣା ଘଟିଥିବା ଅଙ୍ଗନବାଡିକର୍ମୀ ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Women-Trying-to-Attacks-on-Sword-on-Road_Thumbnail.jpg)