ସୁନ୍ଦରଗଡ଼: ଦୁର୍ଘଟଣାରୁ ନିଜେ ବଂଚି ଯାଇଥିଲେ ବି ସ୍ତ୍ରୀଙ୍କୁ ବଂଚାଇ ପାରି ନାହାନ୍ତି ସ୍ୱାମୀ। ନିଜ ଆଖି ଆଗରେ ସ୍ତ୍ରୀଙ୍କ ଜୀବନ ଚାଲିଯିବା ଭଳି ଅଭାବନୀୟ ଘଟଣା ଶୁକ୍ରବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ଭଷ୍ମା ଥାନା ଅଂଚଳରେ ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2019/02/Sundragarh-300x289.jpg)
ରିପୋର୍ଟ ଅନୁସାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ରେ ସନ୍ଧ୍ୟା ୫ଟା ୩୦ରେ ଦ୍ରୁତ ଗତିରେ ଯାଉଥିବା ଟ୍ରକ ଭସ୍ମା ଗାଁର ହେମନ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀ ମନୋରମାଙ୍କୁ ଶକ୍ତ ଧକ୍କା ଦେଇଥିଲା। ଏହି ସଡ଼କ ଦୁର୍ଘଟଣାରେ ମନୋରମାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ହେମନ୍ତଙ୍କୁ ବୁର୍ଲା ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ନବନିର୍ମିତ ଦେଉଳି ଦଧିବାମନ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଦଂପତ୍ତି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେମାନେ ଝାରସୁଗୁଡ଼ା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଟ୍ରକର ଶିକାର ହୋଇଥିଲେ।
/sambad/media/post_attachments/wp-content/uploads/2019/02/Sundragarh2-300x197.jpg)
ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ହସ୍ପିଟାଲ ପଠାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗାଡ଼ିର ଚାଳକ ଫେରାର ଅଛି। ଅପରପକ୍ଷେ କ୍ଷତିପୂରଣ ଓ ଚାଳକଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Sundragarh1.jpg)