ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଧୂକାମୁଣ୍ଡା ଗ୍ରାମର ସୁମି ମୁଣ୍ଡାଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ହୋଇଛି। ଗତକାଲି ସେ ଜଙ୍ଗଲକୁ ଯାଇ ଥିବା ବେଳେ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁମିଙ୍କର ମୃତ୍ୟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର