ରାଉରକେଲା: ଯୁବତୀଙ୍କୁ ଦୁଇ ଦିନ ଅଟକ ରଖି ଗଣଦୁଷ୍କର୍ମ

ରାଉରକେଲା: ହୋଟେଲରୁ କାମ ସାରି ରାତିରେ ସେକ୍ଟର-୨୦ ହିଲ୍‌ଟପ୍‌ ବସ୍ତିସ୍ଥିତ ଘରକୁ ଫେରୁଥିବା ଜଣେ ଯୁବତୀ ଗଣ ଦୁଷ୍କର୍ମରେ ଶିକାର ହୋଇଛନ୍ତି। ଦୁଇଜଣ ଯୁବକ ତାଙ୍କୁ ସେକ୍ଟର-୨୧ କୋଣାର୍କ ଟକିଜ୍‌ ନିକଟରୁ ଉଠାଇ ଟିମ୍ବରକଲୋନୀ ପାହାଡ ପାର୍ଶ୍ୱ ନିଚ୍ଛାଟିଆ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଦୁଇ ଦିନ ଅଟକ ରଖି ଜଣେ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ କୌଶଳକ୍ରମେ ସେମାନଙ୍କ କବଳରୁ ଖସି ଆସି ପରିବାର ଆଗରେ ସମସ୍ତ କଥା କହିବା ପରେ ବଡଭଉଣୀ ପ୍ଲାଣ୍ଟସାଇଟ୍‌ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୁଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ପୀଡିତାଙ୍କ ଡାକ୍ତରୀମାଇନା କରିବା ସହ ଘଟଣା ତଦନ୍ତ ଚଳାଇଛି।

ବଡଭଉଣୀ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ଭଉଣୀ ଟ୍ରାଫିକ ମାର୍କେଟ ଏକ ହୋଟେଲରେ କାମ କରନ୍ତି। ପ୍ରତ୍ୟେକ ଦିନ କାମ ସାରି ରାତି ୯ଟାରେ ଅଟୋରେ ଘରକୁ ଫେରନ୍ତି। ଗତ ୨୮ ତାରିଖରେ ଘରକୁ ଆସିବାକୁ ରାତି ପ୍ରାୟ ୯ଟାରେ ବିଶ୍ରାଛକରୁ ଏକ ଅଟୋରେ ଉଠିଥିଲେ। ସେହି ଅଟୋରେ ଅନ୍ୟ ଦୁଇଯୁବକ ଚଢ଼ିଥିଲେ। ସେକ୍ଟର-୨୧ କୋଣାର୍କ ଟକିଜ୍‌ ରିଂ ରୋଡ ନିକଟରେ ଦୁଇଯୁବକ ତାଙ୍କ ଭଉଣୀଙ୍କୁ ଅର୍ଥ ଲୋଭ ଦେଖାଇ ଅଟୋରୁ ଓହ୍ଲାଇ ଦେଇଥିଲେ। ଅଟୋ ଓହ୍ଲାଇବା ପରେ ଦୁଇଯୁବକ ତାଙ୍କ ଭଉଣୀଙ୍କୁ ଧମକ ଚମକ ଦେଇ ଟିମ୍ବରକଲୋନୀ ପାହାଡପାର୍ଶ୍ୱ ନିଚ୍ଛାଟିଆ ଜଙ୍ଗଲଜୁ ଜୋରଜବରଦସ୍ତ ଟେକି ନେଇଥିଲେ। ଦୁଇ ରାତି ସେଠାରେ ଅଟକି ରଖି ଗଣ ଦୁଷ୍କର୍ମ କରିଥିଲେ।

ପ୍ରତିବାଦ କରିବାରୁ ଦୁଇଯୁବକ ତାଙ୍କ ଭଉଣୀଙ୍କୁ ମାଡ଼ ମାରିଥିଲେ। ସେପଟେ ମହିଳା ଜଣକ ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ନ ପାଇବାରୁ ସୋମବାର ସକାଳେ ପରିବାର ଲୋକ ତାଙ୍କ ଭଉଣୀ ନିଖୋଜ ସମ୍ପର୍କରେ ସେକ୍ଟର-୩ ଥାନାରେ ଜଣାଇଥିଲେ। ପୁଲିସ ଗଣଦୁଷ୍ମକର୍ମକାରୀଙ୍କୁ ଗିରଫ କରି ସେମାନଙ୍କୁ କଠୋର ଦଣ୍ଡ ଦେବାକୁ ସେ ଲିଖିତ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର