ସୁନ୍ଦରଗଡ଼: ନିଅାଁରେ ପୋଡ଼ି ମହିଳା ମୃତ, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ଗାଁରେ ଜଣେ ମହିଳାଙ୍କର ନିଅାଁରେ ପୋଡ଼ି ମୃତ୍ୟୁ ହୋଇଛି। ପ୍ରେମଲତା ତେଲି(୩୭) ନାମ୍ନୀ ଜଣେ ମହିଳା ବୁଧବାର ବିଳମ୍ବିତ ରାତିରେ ପୋଡ଼ି ହୋଇ ଯିବା ପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର ଲାଗି ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ପୁଣି ରାଉରକେଲାରୁ ବୁର୍ଲା ବଡ଼ମେଡ଼ିକାଲ ନେବା ବାଟରେ ପ୍ରେମଲତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ମୃତଦେହକୁ ଘରକୁ ଫେରାଇ ଆଣିଥିଲେ।

ପ୍ରେମଲତାର ମୃତ୍ୟୁ ସମ୍ପର୍କରେ ସୂଚନା ପାଇଁ ପୁଲିସ ଘରକୁ ପହଞ୍ଚି ଥିଲା। ପୁଲିସ ପ୍ରେମଲତାର ମୃତ୍ୟୁ ନେଇ ସ୍ୱାମୀ ରମେଶ ତେଲି ଉପରେ ସନ୍ଦେହ କରୁଛି। ଏଥି ସହିତ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର