ବିଦେଶୀ ମଦ ଦୋକାନକୁ ମହିଳାଙ୍କ ବିରୋଧ

ରାଉରକେଲା: ସେକ୍ଟର ୧୫ ମାର୍କେଟ ନିକଟ ପଡ଼ିଆରେ ଖୋଲା ଯାଉଥିବା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ମହିଳା ଓ ମାତୃଶକ୍ତି ମହିଳା ସମିତି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମଦ ଦୋକାନ ଖୋଲିଲେ ଶତାଧିକ ମହିଳା ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତିl ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି l ସେକ୍ଟର ୧୫ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି l

ପୂର୍ଵରୁ ଏହି ସ୍ଥାନରେ ଏକ ବିଦେଶୀ ମଦ ଦୋକାନ ଖୋଲା ଯାଇଥିଲା l ନିକଟରେ ଏହି ଦୋକାନର ଲାଇସେନ୍ସ ବାତିଲ ହେବା ପରେ ଅନ୍ୟ ଜଣେ ବେପାରୀଙ୍କୁ ସେଠାରେ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ମିଳିଛି l ନିକଟରେ ସେକ୍ଟର -୨ରେ ଖୋଲାଯିବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ବାସିନ୍ଦା କଡ଼ା ବିରୋଧ କରିଥିଲେl

ସମ୍ବନ୍ଧିତ ଖବର