ଟ୍ରକରୁ ମାର୍ବଲ ଅନଲୋଡ଼ିଂ ବେଳେ ଅଘଟଣ: ମାର୍ବଲ ତଳେ ଚାପି ହୋଇ ଜଣେ ମୃତ, ଜଣେ ଗୁରୁତର

ରାଉରକେଲା : ସିଭିଲଟାଉନସିପରେ ମାର୍ବଲ ଅନଲୋଡିଂ ବେଳେ ମାର୍ବଲ ତଳେ ଚାପି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ମଧୁସୂଦନପାଲିର ଅଭଜିତ ବାନାର୍ଜୀ। ଗୁରୁତର ଆହତ ହେଲେ ଗୁଡ୍ଡୁ ଇଜ଼ାକ। ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ରଘୁନାଥପାଲୀ ପୁଲିସ ଶବ ଜବତ କରି ଘଟଣା ତଦନ୍ତ ଚଳାଇଛି। ସେପଟେ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପରିବାର ଲୋକ ଦାବି କରିଛନ୍ତି।

ମିଳିଥିବା ସୂଚନା ମୁତାବକ ସିଭିଲଟାଉନସିପରେ ଜଣେ ବ୍ୟବସାୟୀଙ୍କ ବିଲଡିଂ ନିର୍ମାଣ କାମ ଚାଲିଛି। ସେଠାରେ ମୃତ ଅଭିଜିତ ଓ ଆହତ ଗୁଡ୍ଡୁ ସହ ଚାରି ଜଣ ଶ୍ରମିକ କାମ କରୁଥିଲେ।  ସେମାନେ ଟ୍ରକରୁ ମାର୍ବଲ ଅନଲୋଡିଂ କରୁଥିଲେ। ଦୁଇ ଜଣ ତଳେ, ଅନ୍ୟ ଦୁଇ ଜଣ ଉପରେ ଥିଲେ। ହଠାତ୍ ଅଭଜିତ ଓ ଗୁଡ୍ଡୁଙ୍କ ଉପରେ ମାର୍ବଲ ପଡ଼ି ଯାଇଥିଲା। ଫଳରେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର