ସାଇକେଲକୁ ନିଜର ଦୈନନ୍ଦିନ କାର୍ଯ୍ୟଶୈଳୀରେ ସାମିଲ କରି ସୁସ୍ଥ ଓ ଫିଟ ରହିବାକୁ ପରାମର୍ଶ

ରାଉରକେଲାରେ ବିଶ୍ୱ ବାଇ-ସାଇକେଲ ଦିବସ

ରାଉରକେଲା: ରାଉରକେଲା ମହାନଗର ନିଗମ ଓ ରୋଟାରୀ କ୍ଳବର ମିଳିତ ଆନୁକୂଲ୍ୟରେ ବିଶ୍ୱ ବାଇ-ସାଇକେଲ ଦିବସ ପାଳିତ ହୋଇଯାଇଛି। ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି କମିସନର ଡ଼ ଶୁଭଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ରାଲିରେ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବାଇ ସାଇକେଲକୁ ନିଜର ଦୈନନ୍ଦିନ କାର୍ଯ୍ୟଶୈଳୀରେ ସାମିଲ କରି ସୁସ୍ଥ ଓ ଫିଟ ରହିବାକୁ ପରାମର୍ଶ ଦିଆଯାଇଥିଲା।

ରାଲି ଆରମ୍ଭ ହେବା ପୂର୍ବରୁ ମଞ୍ଚରେ ଜୁମ୍ବୋ ଡ୍ୟାନ୍ସ ପ୍ରଦର୍ଶନ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରାଯାଇଥିଲା। ଏହି ବାଇ-ସାଇକେଲ ରାଲି ଆରଏମସି କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ରିଂ ରୋଡ଼ର ଅଭିଜ୍ଞାନ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ଏଥିରେ ନିଜେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଧାୟକ, ଏନଆଇଟି ଛାତ୍ର, ରୋଟାରୀ ଓ ବାଇ-ସାଇକେଲ ରାଇଡର୍ସ କ୍ଳବ ସଦସ୍ୟ ତଥା ସହରର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର